Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Baman Chandra Dixit

Others

4.5  

Baman Chandra Dixit

Others

କଳା କହ୍ନେଇଁ

କଳା କହ୍ନେଇଁ

1 min
6



ଛନ୍ଦ ଜାଣେ ଲୋ ନନ୍ଦପୁଅ କଳାକହ୍ନେଇଁ

ମନ୍ଦ ମନ୍ଦ ହସେ ରସେ 

ନିଏ ମନେଇ ମୋ କଳାକହ୍ନେଇଁ।

ଗୋପ ଗୋଇ ଚିତ୍ତଚୋର

ଧନ୍ୟ ସେ ବ୍ରଜକିଶୋର

କିଶୋରୀ ରାଈ ମରମ

ନିଏ ଚୋରେଇ ମୋ କଳାକହ୍ନେଇଁ।

ଦେଖିଲେ ରୂପ ତା ସଖି

ଆଖି ମୋ ଯାଏ ଲୋ ଲାଖି

କିମିଆଁ କି ଜାଣେ କି'ଲୋ

କହ ନା ସହୀ ମୋ କଳାକହ୍ନାଇଁ।

ଗଉଡ଼ ମଉଡମଣି

ରସରାଜ ରୂପଖଣି

ବାଳଗୋପାଳ ଗୋପନେ

ଚାହେଁ କଣେଇ ମୋ କଳାକହ୍ନେଇଁ।

ପାପୀ ତାପୀ ତା'ରେ ଦେଖି

ଲଭିଲେ ମୁକତି ଗତି

ଯେ ଭାବିଲା ସେ ଲଭିଲା

କରୁଣା ଛାଇ ମୋ କଳାକହ୍ନେଇଁ।

ବକା ଶକଟା ସଂହାରି

କାଳୀୟ ଦଳନକାରୀ

ପୁତନା ବି ଗଲା ତରି

କ୍ଷୀର ପିଏଇ ମୋ କଳାକହ୍ନେଇଁ।

ଗିରି ଗୋବର୍ଦ୍ଧନ ଟେକା

ମଧୁର ମୁରଲୀ ଫୁଙ୍କା

ଗୋପାଳ ଗଉଡ଼ ଟୋକା

ଦେଏ ଅନେଇ ମୋ କଳାକହ୍ନେଇଁ।

ଲାସ୍ୟ ହାସ୍ୟରେଖାଧାରୀ

କେଶବ କୃଷ୍ଣ କଂସାରି

ଦୁଃଖଭାର ହେଲା ଭାରି

ଦେଏ ଦୂରେଇ ମୋ କଳାକହ୍ନେଇଁ।



Rate this content
Log in