STORYMIRROR

Dr Baman Chandra Dixit

Abstract

4  

Dr Baman Chandra Dixit

Abstract

ଢଗରୁ ଗୀତ(୬)

ଢଗରୁ ଗୀତ(୬)

1 min
16

ଚକୁଳି ଖାଉଛୁ ଖା ବାଇନରେ

ବିନ୍ଦ କାହିଁପାଇଁ ଗଣୁଛୁ

ଲୋଡ଼ା ନାହିଁ ଯହିଁ ସେ ଠାଈଁ କିମ୍ପାଇଁ

ଶକ୍ତି ଅପଚୟ କରୁଛୁ।।


ଚୋରକୁ ମାଡ଼ ପଚାରେ କିଏ ଲୋ

ଯିଏ ପାଇଲା ମାରିଲା

ଚୋର ମା କାନ୍ଦେ ଲୁଚିଲୁଚି ହେଲେ

ଗାଁରେ ହେଉଛି ହଲ୍ଲା।।


ଚେଇଁ ଶୋଇଥିବ ଯିଏ ବାଇନରେ

ତାକୁ ଉଠେଇବ କିଏ

ବେଳ ଥାଉଥାଉ ସାବଧାନ ଥିଲେ

ଆପଦ ଆଡେଇ ଯାଏ।।


ଚାଲୁଣି କହୁଛି ଛୁଞ୍ଚିକୁ ଦେଖେଇ

ପଛ ପାଖେ ତୋର କଣା

ଖନା ବାହାରିଛି ପ୍ରବଚନ ପାଇଁ

ରାତିକୁ ଅନ୍ଧାରକଣା ।।


ଚକଚକ ଯେତେ ଦରବ ଦିଶଇ

ସବୁ କି ହୋଇବ ସୁନା,

ହଳଦୀ ପାଣିରେ ବୁଡ଼େଇ ରଖିଥା

ଦେଖୁଥା ପିତଳ ଗିନା,


ଚୋର ଖୋଜୁଥାଏ ଅନ୍ଧାରିଆ ରାତି 

କଇଁ କୁ ପୁନେଇଁ ଜହ୍ନ

ଚୋରା ପୀରତି ଲୋ ଧାରାପଡ଼ିଯିବ

କରୁଥା ଯେତେ ଯତନ।।


ଚରଣଚୁଟିଆ ପ୍ରକୃତି ଯାହାର

କହୁଥିବ ଚାଟୁ ବାଣୀ

ଚେର କାଟୁଥିବ ଭିତରେ ଭିତରେ

ଉପରେ ଛିଞ୍ଚିବ ପାଣି।।


ଚୋର ହାତରେ ତୁ ଚାବିକାଠି ଦେଇ

ନିଶ୍ଚିନ୍ତେ ରହିଥା ଶୋଇ

ସୁଧକୁ ଲୋଭ ତୁ କରୁଛୁ ବାଇନ

ମୂଳ ବି ରହିବ ନାହିଁ।।



Rate this content
Log in

Similar oriya poem from Abstract