STORYMIRROR

Dr Baman Chandra Dixit

Classics

4  

Dr Baman Chandra Dixit

Classics

କଳା କାଞ୍ଚନ

କଳା କାଞ୍ଚନ

1 min
7

କଳାକାଞ୍ଚନ ହେ ...ତୁମ ସାଥେ ମୋର
 ସମ୍ପର୍କ ନୋହୁ ସେମିତି
 ଚୁକ୍ତି-ଜଡ଼ିତ ପ୍ରାପ୍ତି-ପୂରିତ ସମ୍ପର୍କ ସବୁ ଯେମିତି । କଲାକାଞ୍ଚନ ହେ..... ତୁମ ସାଥେ ମୋର
 ସମ୍ପର୍କ ନୋହୁ ସେମିତି ।0।
ଲଭିଲେ କି ଲାଭ ଅପାର ସମ୍ପଦ
 କ୍ଷୟ ଯିବ ଯାହା ଦିନେ
କୃପା ଦୃଷ୍ଟି ତବ ଯଦି ରହିଥିବ
 ଆଉ କି ଲୋଡ଼ା ଜୀବନେ
ସିନ୍ଧୁ ଦେହେ ବିନ୍ଦୁ ସମ ନାମ ରସେ
 ମନ ମୋ ମିଶୁ ସେମିତି ।
ଦୁଃଖନାଶନ ହେ.... ତୁମ ସାଥେ ମୋର
 ସମ୍ପର୍କ ଥାଉ ଏମିତି ।୧।
ସମ୍ପର୍କର ଡୋରୀ ବାନ୍ଧି କି ପାରିବ
 ଭାବ ର ଅଭାବ ଥିଲେ
ମୋ ହୃଦର ଭାବ ହେ ନୀଳ ମାଧବ
 ଅର୍ପିଲି ଚରଣ ତଳେ ।
ସମର୍ପଣ ମୋର କର ହେ ସ୍ୱୀକାର
 ଦାସିଆ ନଡ଼ିଆ ଯେମିତି
 ଦୀନ ତାରଣ ହେ ....ମୋ ସାଥିରେ ତୁମ
ସମ୍ପର୍କ ଥାଉ ଏମିତି ।୨।
 ମୁଦି ହୋଇଯାଏ ଆପେ ଆପେ ଆଖି
 ଚିତ୍ତ ଚିନ୍ତେ ଯେବେ ତୋରେ
ଦିଶିଯାଏ ତୁମ , ରୂପ ଅନୁପମ
 ଅଙ୍ଗେ ବେପଥୁ ସଞ୍ଚରେ
ତୁମ ରଙ୍ଗେ ସଙ୍ଗେ ମିଶିଯାଏ ମୁଁ'ଯେ
 କ୍ଷୀର ରେ ନିର ଯେମିତି ।
ମନମୋହନ ହେ.... ତୁମ ସାଥେ ମୋର
 ସମ୍ପର୍କ ଥାଉ ଏମିତି ।୩।
ବିପୁଳ ଭୁଜକୁ ଆକୁଳେ ମୁଁ ଖୋଜେ
 ମାୟାରୁ ମୁହଁ ଫେରେଇ
ଭାବର ଠାକୁର , ଭାବେ ମୁଁ ଈତର
 ସତେ କି ନେବ କୋଳେଇ
ଅନ୍ଧକୁ ନୟନ ଜଡ଼ କୁ ଜୀବନ
 ପିଣ୍ଡ କୁ ପରାଣ ଯେମିତି ।
ରଙ୍କରତନ ହେ....ତୁମ ସାଥେ ମୋର
 ସମ୍ପର୍କ ଥାଉ ଏମିତି ।୪।
ଜୀବନ ଦୀପ ମୋ ଜଳେ ଦିକିଦିକି
 ଅଳପ କାଳର ସାଥୀ
ଲିଭିବାର ଦୁଃଖ ନାହିଁ କଳାମୁଖ
 ତୁମ ନାମ ଥିଲେ କତି
ହୁଡ଼ିବା ଆଗରୁ ବାହୁଡ଼େଇ ନିଅ
 କରୁଣା କର ଏତିକି ।
କୃପାନିଦାନ ହେ..... ତୁମ ସାଥେ ମୋର
 ସମ୍ପର୍କ ଥାଉ ଏମିତି ।୫।


Rate this content
Log in

Similar oriya poem from Classics