STORYMIRROR

Dr Baman Chandra Dixit

Abstract Classics

4  

Dr Baman Chandra Dixit

Abstract Classics

ମୁକୁଳା ଆକାଶ

ମୁକୁଳା ଆକାଶ

1 min
0

ତୁମ ଅଗଣାର ଖଣ୍ଡେ ଜହ୍ନକୁ
ଚିହ୍ନିପାର ତୁମେ !
ଆଖି ମିଟିକା ମାରୁଥିବା
ପୁଞ୍ଜେ ତାରକାଙ୍କୁ ବି ଜାଣିଥିବ ।
ହେଲେ ଚୁହ୍ନିପାରିବ କେମିତି
ସମଗ୍ର କାୟରୁ କାଣିଚାଏ ଦେଖି
ବୁଝିପାରିବ ବା କେମିତି ସାରା ଆକାଶକୁ
କଳିପାରିବ କେମିତି ଅସୀମର ସୀମା ?
ସୁଦୂର ପ୍ରସାରୀ ବିସ୍ତୀର୍ଣ୍ଣ ବେଳାକୁ
ପାହୁଲ ମଖା ବାଲିରେ
ମାପି ବା ପାରିବ କେମିତି ?
ହଁ , ହୁଅନ୍ତା ସମ୍ଭବ କିଛି ,
ଯଦି ତୁମେ ପାହୁଲେ ଆସନ୍ତ
ଆଉ ମୁଁ ବି ଯାଆନ୍ତି ଦି'ପାହୁଲ
ଦୂରତା ବି ଦୂରେଇ ଯାଆନ୍ତା
ଆମ ଦୁହିଁଙ୍କ ଭିତରର ।
ମନଟା ବି ଖୋଲି ଯାଆନ୍ତା
 ମୁକୁଳା ଆକାଶ ପରି
 ଦୃଷ୍ଟି-ପରିଧିର ଆରପଟ ଯାଏ ।
ଜହ୍ନକୁ ଆଉ ତା'ର ଜୋଛନାକୁ
ଅନୁଭବ କରି ପାରନ୍ତ
 ଲୋମକୂପର ଶୀତଳ ଛୁଆଁରେ ।
ଆଖି ପୁରେଇ ଦେଖି ପାରନ୍ତ
ଛୋଟ ଛୋଟ ଖୁସି ମାନଙ୍କ ଭଳି
ଟିମ ଟିମ କରୁଥିବା ତାରା ମାନଙ୍କୁ ।
 ଦେଖୁନ ଲେଉଟି ଯାଉଥିବା ଢେଉ ଗୁଡାକୁ
 ଫେରୁଛନ୍ତି କେମିତି
 ପୁଣି ଥରେ ଆସିବାର ଆଶ୍ୱାସନା ଦେଇ
ଆଉ ସେ ବେଳା ବାଲୁକା ବି
ଗୋଟାପଣେ ଆପଣେଇ ନେଉଛି ,
ନିଜ ଭିତରେ ସମାହିତ କରି
ବିରହରୁ ମିଲନର ଅବଧି ସବୁକୁ ।
ଦେଖୁନ ମୋ ଆଡ଼କୁ ଥରେ
ଖୋଲା ଆଖିରେ , ଚଷମା ଉତାରି
ସବୁ ସଫା ସଫା ଦିଶିବ ।
ଜାଣିପାରିବ ,ତୁମ ଉପସ୍ଥିତି ବିନା
କେତେ ଅଧୂରା ଏ ସଂପ୍ରତିର ସମସ୍ତ ମୁହୂର୍ତ୍ତ ।
ଶବ୍ଦ ସବୁ ବ୍ରହ୍ମ ହୋଇଯିବେ
ଏ ଜହ୍ନ , ତାରା ଆଉ ଆକାଶଟା ସାରା
ଆହୁରି ଖୋଲିଯିବେ ଏବଂ
ବିସ୍ତୃତ ହୋଇଯିବ
ତୁମ ଅଗଣାର କୁନି ଆକାଶଟା । **^**^**^**^**^**^**^**     


Rate this content
Log in

Similar oriya poem from Abstract