STORYMIRROR

Dr Baman Chandra Dixit

Abstract Classics

4  

Dr Baman Chandra Dixit

Abstract Classics

ତଟସ୍ଥ ତଟିନୀ

ତଟସ୍ଥ ତଟିନୀ

1 min
3

ଆମ ଗାଁ ନଈ ଆଉ ଗାଉନାହିଁ ଗୀତ ଶୁଣିବାକୁ କେହି ନାହିଁ ବୋଲି । ନଈ କୂଳେ ଆସିବାକୁ ଭୁଲିଲେଣି ଲୋକେ , ସ୍ନାନ ଶୌଚ ନିମିତ୍ତ ବି ଆଳୟ ନିର୍ମିତ ପ୍ରତିଘରେ ହେଲାଣି ଜେବେଠୁଁ । କାଖରେ କଳସି ଘେନି ମଦାଳସୀ ଆଉ ଆସୁନାହିଁ ନେବା ପାଇଁ ପାଣି , ଭିଜୁନି କାଁଚୁଲି କା'ର ଭିଜୁନାହିଁ କାନି କଳସୀର ଛାଲକା ପାଣିରେ । ଓଦା ପାଦ ହେଉନାହିଁ ଶୈକତେ ରଞ୍ଜିତ ଚାଲୁଚାଲୁ ତଟସ୍ଥ ତଟରେ ବତୁରୁନି ଲେଉଟାଣି ବାଟ । ଘରକଥା ପରକଥା କାନାଫୁସି କଥା କହୁନାହିଁ କେହି କାହା କାନେ । ତୁଠ ପଥର ପଡିଛି ପଥରଟେ ହୋଇ ଅବହେଳିତ ଜୀବନ ହେୟ ହେବା ଦେଖି । ହଳଦୀ ମଖା ଦିହରୁ ମଳୁଖ ଝାଡ଼ୁନି ରଗଡୁନି ଗୋଇଁଠି ବି କେହି । ଅଙ୍ଗବାସ ଖୋଲୁନାହିଁ ଓଟାରି ଓଟାରି ନବ ଯଉବନା ନିଜ ଦେହରୁ ଲାଜେଇ । ଚହଲା ପାଣିରୁ ମେଞ୍ଚେ ଆଞ୍ଜୁଳିରେ ଭରି ଛାଟୁନାହିଁ କେହି ଆଉ କାହାର ମୁହଁକୁ ଅବା ନିଜ ପାପୁଲି ଆଡ଼େଇ ଆଉ କେହି ଆକଟୁନି ଆଉ କା'ରେ ମିଷ୍ଟ ତାଡନାର । ସଞ୍ଜ ଆକାଶ ଚାନ୍ଦକୁ ତରଙ୍ଗେ ଦୋଳେଇ ଦେଖୁନାହିଁ କେହି ଆଉ ଆଞ୍ଜୁଳେ ପାଣିରେ । ନାଆ ଆଉ ବାଉନି ନାଉରୀ ନଦୀ ପାରି କରିବାକୁ କା'ରେ । ଶୁଭୁନାହିଁ ଗୀତର ଲହରୀ ନାଉରିଆ ଭାଇ ସୁରେ ସୁରେ । ନଦୀ କାନ୍ଦେ ସୁଅ-ଲୁହ , ତଟ ପ୍ରସ୍ତରରେ ମୁଣ୍ଡକୋଡ଼ି ବିନା ଉପଯୋଗେ ଏବେ କୂଳ କଳୁଷିତ ଆଗପରି ନାହିଁ ଆଉ ଗାଆଁ ହେଲାଣି ସେ ବିକାଶ ଗ୍ରସିତ ।। **^**^**^**^**^**^**^**^ 


Rate this content
Log in

Similar oriya poem from Abstract