ତୁମକୁ ଏବେ
ତୁମକୁ ଏବେ
ତୁମେ ପ୍ରେମ ଠାରୁ ବଳି ବହୁତ ଅଧିକ ପ୍ରିୟ ହୋଇଗଲ ଯେବେ ଭଲ ପାଏ ମୁଁ ତୁମକୁ ଏବେ ପ୍ରୀତିଫୁଲ ଭାବି ତୋଳିଥିଲି ଯାହା ପୂଜା ଫୁଲ ପରି ଲାଗେ , ଭଲ ପାଏ ମୁଁ ତୁମକୁ ଏବେ ।। ତୁମେ ହସୁଥିଲ ଯେବେ ଅଳପ ଅଳପ ରସୁଥିଲ ବେଶୀବେଶୀ ଯେବେ ସଜାଡୁ ସଜାଡୁ ପଣତ କାନିଟା ଯାଉଥିଲା ଖସିଖସି ଜାଣି ଜାଣି ତୁମ ଅଜଣା ହେବାର ଠାଣି ମନେପଡ଼େ ଯେବେ ଭଲପାଏ ମୁଁ ତୁମକୁ ଏବେ ।। ତୁମେ ହସ ଚାପି ଚାପି ରୋଷ କରୁଥିଲ ଦୁଷ୍ଟାମୀ ଆଖିରେ ନେଇ , ଯେବେ ଖସି ଯାଉଥିଲ ବାହୁ ବନ୍ଧନୀରୁ ଦେଖିନେବ କେହି କହି ନିଜ ଅସଜଡ଼ା ଶାଢ଼ୀ ସଜାଡ଼ୁ ସଜାଡ଼ୁ ଫେରି ଚାହୁଁଥିଲ ଯେବେ । ଭଲପାଏ ମୁଁ ତୁମକୁ ଏବେ ।। ତୁମେ ଆଜି ତ ସେମିତି ଦେଖୁନ ତଥାପି ଦିଶୁଛ ସେମିତି ମୋତେ , ଊଣା ଊଣା ଲାଗେ ପୀରତି ପାଉଣା ପାଇ ସାରିଲିଣି ଯେତେ ତୃପ୍ତି ପରେ ବି ପ୍ରାପ୍ତିର ପିପାଷା ଉଙ୍କିମାରେ କେବେକେବେ ଭଲପାଏ ମୁଁ ତୁମକୁ ଏବେ ।। **^**^**^**^**^**^**^**^

