STORYMIRROR

Dr Baman Chandra Dixit

Abstract Classics

4  

Dr Baman Chandra Dixit

Abstract Classics

ଆମ ଗାଁ ଏବେ

ଆମ ଗାଁ ଏବେ

2 mins
3

 ଗାଁ ସଡ଼କ ସେପଟ ଅନାବାଦୀ ଭୂଇଁ ସବୁ ଏବେ ସେମାନଙ୍କ କବ୍ଜାରେ ଗୋଚର ଭୂଇଁ କେବେଠୁ ଅସ୍ତିତ୍ୱରେ ନାହିଁ । ବାକି ବଞ୍ଚିନାହିଁ ଆଉ ପୋଖରୀ ର ହୁଡ଼ା , ମେଳନ ପଡିଆ କିବା ସମଶାନ ଭୂଇଁ । ହାତେଇ ନେଲେଣି ସବୁ , କିଛି ବାହୁବଳୀ ଆଉ କିଛି ଧୋବଧବଳିଆ । କହନ୍ତି ସେମାନେ ଏବେ ଆମ ଗାଁ କୁଆଡେ ବିକାଶ କରିଛି ; ପ୍ରଗତିର ଗତି ବି ବଢିଛି । ସହର ପଶିଆସୁଛି ଧସେଇ ପସେଇ ଅଣଚଉଡ଼ା କଂକ୍ରିଟ ରାସ୍ତା ଦେଇ ଆମ ଗାଁ ଭିତରକୁ । ସମସ୍ତେ ନିରବଦ୍ରଷ୍ଟା ଡରୁଆ , ତଥାପି ପଢ଼ୁଆ ପ୍ରତିରୋଧୀ ନିଷ୍ପ୍ରଭ , ନିରବ ପ୍ରତିରୋଧ । ଲୋକଦେଖାଣିଆ କିଛି ଚାକଚକ୍ୟ କହେ ପ୍ରଗତିର କଥା ବିକାଶର ବାର୍ତ୍ତା । ଖେତ କେତେ ପଡିଆ ପଡିଛି , ପାଲଟିଛି ଚରାଖେତ ଗାଈ ଗୋରୁଙ୍କର ଗୋଚର ଭୁଇଁର ଆଉ କି'ବା ଦରକାର ? ଲଙ୍ଗଳା ପାହୁଲ ଚିହ୍ନ ଦିଶୁନାହିଁ ଆଉ , ଗାଁ ଦାଣ୍ଡ ଘର ଅଗଣାରେ । ସିମେଣ୍ଟର କାନ୍ଥ ବାଡ଼ କଂକ୍ରିଟର ବାଟ ଅଳିଆ ଅନେକ ମାତ୍ର ଧୂଳି ନାହିଁ , କାଦୁଅ ବି ନାହିଁ । ଓଦା ହେଉନାହିଁ ଆଉ ମାଟି ଭିତରଟା , ଛାତି ଭିତରଟା କାହାର ପଣତ କାନି ଅବା କାହାରି ଆଖିକୋଣ ଆଉ କାହା ପାଇଁ । ଭୋକିଲା ନାହିଁ ତ କେହି ଶୋଷିଲା ବି ନାହିଁ କେବେ ପାଣି ନଥିଲା ଗାଁ'ରେ ଏବେ ଘରେ ଘରେ ପାଣି ଆଉ ଗଳି ଗଳି ପାଣି ପୁଣି ଅଲଗା ରଙ୍ଗର ନିଶାସକ୍ତ କରେ ନିତି ଆଗାମୀ ପିଢୀକୁ । ତଥାପି ସେ ତୃପ୍ତି ନାହିଁ , ଅଛି ଖାଲି ପ୍ରାପ୍ତି ଆଉ ଖ୍ୟାତିର ଚିତ୍କାର । ନଈକୂଳ ବାଲି ଆଉ ନଈପଠା ମାଟି ସେମାନଙ୍କ ଟ୍ରାକ୍ଟରର ଘର୍ଘର ଗର୍ଜନେ ସହରମୁହାଁ ହେଳେଣି ଯେବେଠୁଁ ସାଳନ୍ଦୀ ରକ୍ତାକ୍ତ ଆଉ କ୍ଷତାକ୍ତ କୋଠୀବାଡ଼ି । କିଆ କେତକୀ ଚମ୍ପା ବକୁଳର ବାସ୍ନା ପବନକୁ ବାସ୍ନାୟିତ କରୁ ବି ନାହାନ୍ତି । ଆମ୍ବ ପଣସ ନଡ଼ିଆ ଆଉ କ୍ଷୀରିକୋଳି ଜାମ୍ବରୋଳ ଲିଚୁ ଏବେ ସ୍ମୃତି ଝରଖାରେ ଦେଖୁଛନ୍ତି ସେମାନଙ୍କ ବୃଥା ଆସ୍ଫାଳନ ସହର ଆସୁଛି ଏବେ ଗାଁ ଭିତରକୁ । **^**^**^**^**^**^**^**^**^**^


Rate this content
Log in

Similar oriya poem from Abstract