ମୋଟା ମଲାଟଟିଏ ମୁଁ
ମୋଟା ମଲାଟଟିଏ ମୁଁ
ମୋଟା ମଲାଟଟିଏ ମୁଁ କିଛି ସୁନ୍ଦର,ସମୃଦ୍ଧ କିଛି ସମ୍ଭ୍ରାନ୍ତ ବି ଭିତରର ଫର୍ଦ୍ଦ ଫର୍ଦ୍ଦ ସମ୍ପର୍କଙ୍କୁ ଧରି ସୁରକ୍ଷିତ ରଖିବାର ହାତଟିଏ ମୁଁ । ଅନେକ ରଂଗଢଙ୍ଗ ଚାକଚକ୍ୟର ଚେହେରା ସମଗ୍ର କଥାବ୍ୟଥାକୁ ଆବୋରି ଧରିଥିବା ଶୀର୍ଷକର ସମ୍ପୂର୍ଣ୍ଣତା ଠାରୁ କିଛି ଭିନ୍ନ ତଥାପି ବି ଅଭିନ୍ନ ଏକ ଅନ୍ତଃସ୍ୱର ମୁଁ, କିଛି କଠୋର ନିଷ୍ଠୁର ସମ୍ବାଦ ମାନଙ୍କ ସଂକ୍ଷିପ୍ତ ସ୍ୱାକ୍ଷରଟିଏ ମୁଁ ।। ଆଉଜା କବାଟ ଟେ ମୁଁ... ପ୍ରତିବନ୍ଧ ଶୁନ୍ୟ ମାତ୍ର କିଛିଟା ଆକଟ ମାନିବା ଠାରୁ ଅବମାନନା ଯାଏ ବ୍ୟାପ୍ତ, ଅନୁପ୍ରବେଶକାରୀଙ୍କ ଭିଡ଼ ଏଠି ଠିଆ ହେବାର ଗାରୀମାକୁ ଠାବ ଦେବା ନଦେବାର ଅଧିକାର ଶୁନ୍ୟ ନିଷ୍ପ୍ରଭାବୀ ଉପଚାରଟିଏ ମୁଁ । ବେଳେବେଳେ ଅସମ୍ଭବ ହୋଇପଡ଼େ ଯେବେ ନିରବ ନିଷ୍କ୍ରିୟ ମଲା ସାପ ହୋଇ ବଞ୍ଚିବାର ଅଭିନୟୀ କଳାକାରଟିଏ ମୁଁ । ଏଡ଼େଇ ଦିଅ, ଅଡ଼ିବା ଜାଣିନାହିଁ ବୋଲି ଆଡ଼େଇ ଯାଏ ଆପେଆପେ ଖୋଲ ଅବା ଆଉଜାଅ ତୁମ ଇଛା ପରିଚାଳିତ ହୋଇ ଯାଏ ଅନାୟାସେ । ନିଜେ ନିଜେ ଚାଲିବା ଭୂଲିଗଲା ଠାରୁ ଇଙ୍ଗିତରେ ତୁମ ଉଠୁଛି ବସୁଛି ଖୋଲୁଛି ବନ୍ଦ ହେଉଛି ମାତ୍ର ଧ୍ୟେୟ ଏକ ସାଇତି ରଖିଛି ଆଜି , ଅନ୍ତେବାସୀ ପୃଷ୍ଠା ଚେଷ୍ଟା ପ୍ରତିଷ୍ଠାମାନଙ୍କ ସୁରକ୍ଷା ସଂରକ୍ଷା ର ଜାଗ୍ରତ ପ୍ରହରି ସାଜି ରଖିଆସୁଥିଲି ଯେମିତି କାହିଁ କେତେ କାଳୁ ଏବଂ ରଖୁଥିବି ବି ଠିକ ସେଇମିତି ଏ ଜନ୍ମରୁ କାହିଁ କେତେ ଜନ୍ମ ଯାଏ କାହିଁକି ନା, ପୃଷ୍ଠା ର ପ୍ରତିଷ୍ଠା ଟୀକା ଲେଖା ବିସ୍ତୀର୍ଣ୍ଣ ଲଲାଟଟିଏ ମୁଁ ହଁ ମୋଟା ମଲାଟଟିଏ ମୁଁ।। *************** ********
