STORYMIRROR

Dr Baman Chandra Dixit

Classics

4  

Dr Baman Chandra Dixit

Classics

ପ୍ରଭୁ ପଦେ

ପ୍ରଭୁ ପଦେ

1 min
10

ଝରିପଡୁ ହରି ତବ କୃପା ବାରି ବରଷା ର ଧାର ହୋଇ କ୍ଳେଶ ଦ୍ଵେଷ ତ୍ରାସ ଯେତେ ପୀତବାସ ଆଶିଷେ ଦିଅ ହେ ଧୋଇ
ଶାନ୍ତ ହେଉ ତୃଷା ପୂର୍ଣ୍ଣ ହେଉ ଆଶା ଧରା ହେଉ ଶ୍ରୀମଣ୍ଡିତା
ସୃଷ୍ଟି ସ୍ଥିତି ର ପାଳନ ନିମିତ୍ତ ତୁମର ଶ୍ରାବଣୀ ବାର୍ତ୍ତା ।। ପଲ୍ଲବିତ ହେଉ ବନ ଉପବନ ଶାଖାରେ ଶାଖାରେ ଶୋଭା
କୋମଳ କଳିକା ହେଉ ବିକଶିତ ବିକିରିତ ହେଉ ଆଭା ଆଶା ଅଂକୁରଣ ତୃଷା ନିବାରଣ ଧାରା ରହୁ ନିରନ୍ତର
ତବ ଆଗମନେ ସମ୍ପଦ ସମ୍ପନ୍ନ ହେଉ ଏ ସାରା ସଂସାର । ପ୍ରଳୟର ସ୍ରୋତ କର ପ୍ରଭୁ ଶାନ୍ତ ଜଳ ମଗ୍ନେ ନୋହୁ ନାଶ ଜୀବନ ବିହୁନେ ଜୀବନ ନଯାଉ କୃପା କର ପୀତବାସ ।। କରେ କରି କର କହେ ନିରାକାର ସାକାର କର ଏ ଆଶା ସ୍ବୀକାରୀ ଗୁହାରି ଦୁରିତ ରୁ ଭାରି ପାରି କର ଜଗଦ୍ଦିଷା ।। ....................................


Rate this content
Log in

Similar oriya poem from Classics