STORYMIRROR

Dr Baman Chandra Dixit

Abstract

4  

Dr Baman Chandra Dixit

Abstract

ବୟସ

ବୟସ

1 min
7

 ସମସ୍ତେ କହନ୍ତି ବୟସ ଟା
 ଏକ ସାଂକ୍ଷିକ ଗଣନା କେବଳ ,
ମାତ୍ର ଏହି ସଂକ୍ଷା ଯେବେ ଡେଇଁଯାଏ ଅଶୀ
କମର ନ ନଇଁଲେ ବି
ବିଶ୍ବାସ ନଇଁଯାଏ
ନିଜଜନ୍ମା ପୁଅ ଝିଅଙ୍କ କଥାରୁ
ଆତ୍ମୀୟତା ହ୍ରାସ ହେଉହେଉ
 ଦିନେ ଦୂର ହୋଇଯାଏ ,
ଏବଂ ଧିରେ ଧିରେ ବୋଝ ହୋଇ ଯାଉଥିବା
ଅନୁଭବ କରୁକରୁ ବୟସ୍କ ଲୋକଟା
 ଅଚାନକ ବୁଢା ହୋଇଯାଏ ଦିନେ।
ଆଦର ସମ୍ମାନ ଯତ୍ନ ଭିନ୍ନରୂପୀ ହୋଇ
ଦାୟିତ୍ୱ ରୁ ବୋଝ ପାଲଟି ଯାଆନ୍ତି ।
ନିଜ ରକ୍ତ ନିଜ ଝାଳ ସମ୍ପଦ ସାମର୍ଥ୍ୟ
ଚକଟି ଚକଟି ତିଆରି ଥିବା
 ଘରର କାନ୍ଥକୁ ଛୁଇଁ କୋହକୁ କୋଳାଏ
ଲୁହକୁ ସମ୍ଭାଳେ ବୟସ
ଓଦାଓଦା ଶାଢ଼ୀକାନୀ ଗାମୁଛା ଖୋଜନ୍ତି
ଶୁଖିବାକୁ ପବନ ପୁଳାଏ ।
ରାତିର ନିଦ ସବୁ ଓସଦ ମାଗନ୍ତି
କଡ଼ ଲେଉଟାଉ ଲେଉଟାଉ
କାଉ ଡାକେ
ତଥାପି ସେ ପଡିରହେ
 ନିଦ ନାହିଁ ତଥାପି ଶୋଇରହେ ।
ଶୁଣିବାକୁ ଡର ଲାଗେ ତାକୁ
ପିଠିପଛର ଅସ୍ପଷ୍ଟ ଆତ୍ମୀୟ ଆଳାପ
"ବୁଢାଟା... ନିଜେ ଶୋଉନି
 କି ଶୋଇବାକୁ ଦଉନି ।"
ସତରେ ଅଫିସ ଯିବାର ତ ନାହିଁ ,
କାହିଁକି ଏତେ ସଅଳ ସେ ଉଠେ ?
କାହାକୁ କହିବ , କିଏ ବା ବୁଝିବ
ତାର ବୟସ ଟା ଏକ ସଂକ୍ଷା ନୁହେଁ
ତା ନିଜର ଅସହାୟତା ,
ନିଃସଙ୍ଗତା ପ୍ରୌଢତା ଅବା ଅତିପ୍ରୌଢତା ।
ବୟସଟା ସର୍ବଦା ଏକ ସାଂକ୍ଷିକ ଗଣନା ନୁହେଁ
ଏକ ସାଙ୍କେତିକ ସମାପ୍ତି ଆଡକୁ ଆଗଉଥିବା
ଏକ ଶିଥିଳ ପଦାଚାପ
କାହାଲାଗି ଅପେକ୍ଷା ଆଉ
କାହାଲାଗି ଉପେକ୍ଷାର କଥା ।
ସତରେ ବୟସଟା ନୁହେଁ ଏକ
ସାଂକ୍ଷିକ ଗଣନା ମାତ୍ର ।
ଥିବା ବେଳେ ସବୁ ଥାଏ ,
ଆଉ ଗଲାବେଳେ ଯାଏ ଚାହୁଁ ଚାହୁଁ ।
ବଢେ ଧିରେ ଧିରେ
 ହେଲେ ଛିଡ଼ି ଯାଏ ଅଚାନକ ଦିନେ ।     


Rate this content
Log in

Similar oriya poem from Abstract