STORYMIRROR

Dr Baman Chandra Dixit

Abstract

4  

Dr Baman Chandra Dixit

Abstract

ଓଢଣୀ ତଳର ଆଖି

ଓଢଣୀ ତଳର ଆଖି

2 mins
8

 ଦେଖିଛ କି କାହିଁ କୁହ କବି କେବେ କେଉଁ ଓଢଣୀ ତଳର ଆଖି ? କଳିଛି କି କଲମ ତୁମର କେବେ ସେ ଆଖିର ଅକଳ ଅକୁହା ଆକୁଳତା ଅବା ତା'ର ଅକୂଳ ଅଥଳ ଗଭୀରତା ? ଦେଖିଛ କି କାହିଁ କୁହ କବି ଓଢଣୀ ଉହାଡର ବିସ୍ତୀର୍ଣ୍ଣ ଶୁନ୍ୟତା ? ଟୋପା ଟୋପା ଜମାଟ ବନ୍ଧା ଲୁହ ମୁହଁ ଲୁଚାନ୍ତି ଯେବେ ସେ ଓଢଣୀ ତଳେ ଲାଜ ଆଉ ସଂସ୍କାରର ଚନ୍ଦ୍ରବନ୍ଧନୀ ରେ, ଓଢଣୀକୁ ଛୁଇଁ ଛୁଇଁ , ଓଠ କିଛି ପିଇ ପିଇ ବାକି କିଛି ଲୁହଙ୍କର ଶୁଖିଲା ଦାଗକୁ , ବିଦଗ୍ଧ ଅନୁଭୂତି ମାନଙ୍କର ଅସ୍ପଷ୍ଟ ଚିହ୍ନକୁ ? ଅନୁଭବ କରିଛ କି କେବେ ସେ ହୃଦର ଅବ୍ୟକ୍ତ କୋହ ସମସ୍ତଙ୍କୁ ଯେବେ ବନ୍ଦୀ ରହିଯାନ୍ତି ଅନାୟାସେ ଅଧର ଆଉ ଓଷ୍ଠର ବଜ୍ର ବନ୍ଧନୀରେ ? ଲାଂଛନା , ଯାତନା , ପ୍ରତାଡ଼ନାର ପୀଡ଼ା , ବନ୍ଧ୍ୟା ନାରୀତ୍ବରୁ ଆହତ ମାତୃତ୍ୱ ଯାଏ ବ୍ୟାପ୍ତ ପ୍ରଥମ ପ୍ରୀତିର ପୋଡା ପୋଡ଼ା ବାସ୍ନା , ବାରି କି ପାରିଛ କେବେ ସେ ଓଢଣୀ ତଳୁ ? ଅବା ମଦ୍ୟପର ବିଟପର ଅକଥ୍ୟ ଆଶ୍ରାବ୍ୟ ଅସହ୍ୟ ଅତ୍ୟାଚାର ସହି ସହି ନିରବି ଯାଇଥିବା ଆର୍ତ୍ତ ବାର୍ତ୍ତାମାନେ ବ୍ୟଥିତ କରିଛନ୍ତି କେବେ ? କୋହରେ କଲମ କେବେ ଢାଳିଛି କି ଲୁହ ? ଯଦି ଜାଣ କୁହ , ଲୁହ ସବୁ ଅଦୃଶ୍ୟ କାହିଁକି କୋହ ସବୁ ନିରବ କାହିଁକି କହିବ କେମିତି , ସେ ତ ଜଣେଇନି କେବେ ଲୁଚେଇଛି ସବୁ କିଛି ନିଜ ପାଶେ । ଯଦି କିଛି ରହିଯାନ୍ତି ବାକି ଆକଟେ ଅଟକି ଯା'ନ୍ତି ସେହି ଅବରୋଧୀ ଓଢଣୀ ଉହାଡ଼େ ଶୋଭା ସଂକୋଚ ସଂଭ୍ରମ ସଂସ୍କାରର ନାମେ । ଖୁସି ତ ଦେଖିଛ ତୁମେ ମୋହିନୀ ରୁପରେ ତା'ର , ଦେଖିଛ ତ ବ୍ରିଡ଼ା , ଦେଖିଛ ବି କ୍ରୀଡା , ପ୍ରେମ ସ୍ନେହ ମମତା ମାପିଛ । ଆହତ ହୋଇଛ ବହୁଧା ତୁମେ ତା ତୀର ର ଆମୋଦୀ ଆଘାତେ । ପାରଦର୍ଶୀ ମଖମଲି ଓଢଣୀ ଉହାଡୁ ନର୍ତ୍ତନରତ ତା'ର ଚପଳ ଚାଳନରେ ଉତ୍ତେଜନା ଭରିଛ ଅନେକ କିଶୋର ଯୁବା ଅବା ପ୍ରୌଢ ପୁରୁଷତ୍ତ୍ୱେ । ପ୍ରୀତିକୁ ପରିଭାଷିତ କରିଛ ଗୋଟାପଣେ ନିରବତାକୁ ସ୍ବୀକୃତିର ନାମ ଦେଇ ଚିତ୍କାର କୁ ଶିତ୍କାର ବିଚାରି ପୀଡିତ ପ୍ରତାରିତ ମନର ବେଦନାଦଗ୍ଧ ଜ୍ବାଳାକୁ ଆବୋରି ଧରିଥିବା ସେହି ଓଢଣୀ ତଳର ଆଖି ଦେଖିଛ କି କେବେ ଦେଖ ଥରେ , ଶୁଣ ଥରେ ଅନୁଭବ କର ବାରମ୍ବାର । ଗୁମୁରି ଉଠୁ କଲମ ଶିହରି ଉଠୁ ତା ମୁନ ଝରି ଯାଉ କାଳି ଝରଝର ହୋଇ ସେହି ଓଢଣୀ ତଳର ଆଖି ଯେମିତି । *^*^*^*^*^*^*^*^*^*^*^*^*^*^


Rate this content
Log in

Similar oriya poem from Abstract