STORYMIRROR

Dr Baman Chandra Dixit

Abstract

4  

Dr Baman Chandra Dixit

Abstract

କିଛି ସମ୍ଭାବନା

କିଛି ସମ୍ଭାବନା

2 mins
12

 ଏଥର ବି ତୁମେ ଆସିଲନି ବର୍ଷା !
ଭାବିଥିଲି ଆସିଯିବ କାଳେ
ଆସୁଥିଲ ଆଗରୁ ଯେମିତି
ଭିଜା ଭିଜା ପଣତକୁ
ଦି'ହାତ ପାପୁଲିରେ ମୁଠେଇ
 ଚିପୁଡା ପାଣିକୁ ନିଗାଡି
ମୁହଁ ପୋଛୁପୋଛୁ ।

ଭାବୁଥିଲି ବସିବ ଯେମିତି
ତଳା କିଆରୀରେ ପଖିଆ ଭିତରେ ଲୁଚି
ଓପାଡିବ କୁନି କୁନି ଧାନ ଗଛ ସବୁ
ବିଡ଼ା ବିଡ଼ା ବାନ୍ଧି ମୁଣ୍ଡରେ ମୁଣ୍ଡେଇ
ଯିବା ଆମେ ଗହୀରି ବିଲକୁ
ରୋପିବାକୁ ଜୀବନର ଉତ୍ସ ।
ଭାବୁଥିଲି ଆମେ ମିଶି ଏକ ସ୍ୱରେ
ଗାଇବା ଜୀବନର ଜୀବନ୍ତ ସଙ୍ଗୀତ ।
ବର୍ଷୁଥବ ତୁମେ ଟୁପୁରୁ ଟୁପୁରୁ
 ଗଜା ମାରିବ କେଶୁର ।
ମେଘରଙ୍ଗା ବିତାନ ର ତଳେ
ସଜେଇବ ବେଳେବେଳେ ବିଜୁଳିର ସଜ୍ଜା ।
 କେବେ କେବେ ଖେଳେଇବ ତୁମ
ସମ୍ମୋହିନୀ ଇନ୍ଦ୍ରଧନୁସୀ ରଙ୍ଗ ।

 ଆସିଲ ବି ତୁମେ , ବର୍ଷିଲ ବି ତୁମେ ,
 କିନ୍ତୁ ବୁଡ଼େଇଲ କେତେ ସମ୍ଭାବନା
ସଢେଇଲ ଅଂକୁରଣ ଆଶା କେତେ
ଆକାଶ ଅଜଡ଼ା ପାଣି
 କୁଳ ହୁଡା ବେଗବତୀ ଗତୀ
ଉଜୁଡ଼ା ଧରଣୀ ଦେହେ
ପ୍ରଳୟ ର ଛାପ ଛାପିଚାଲିଛ ତଥାପି ।

କାହିଁକି ବା କହିବି ତୁମକୁ
ତୁମେ ତ ପ୍ରଗଳ୍ଭା , ଉନ୍ମତ୍ତା
ଅଣାୟତା ହୋଇଯାଅ କେବେ
 ବୟଃପ୍ରାପ୍ତ ଯୌବନା ର ସମ ।
ତୁମ କ୍ରୀଡ଼ାସ୍ଥଳୀ ଯଦି ସାଜେ ବାସସ୍ଥଳୀ
କେମିତି ବା ନିରବିବ ତୁମେ ,
ଅବରୋଧୀ ସ୍ଵକୀୟ ପ୍ରବୃତ୍ତି ,
ନାର୍ତ୍ତନ ଧାବନ-ଧରା ପ୍ଲାବନର ରୀତି ।
ବିସ୍ତାରିତ ଉପତ୍ୟକା ସଭ୍ୟତା ଦ୍ୱାହିରେ ,
ବହୁତଳା ଅଟ୍ଟାଳିକା ମାଳମାଳ କାହିଁ ,
ଅବା କାହିଁ ନାନାବିଧ କଳ କାରଖାନା ,
ଉଭା ଦମ୍ଭେ ନିଷ୍କାସନ ରୋଧୀ ।
ଆଧୁନିକ ସହରର ଅନ୍ତର୍ବାହୀ ନାଳୀ
ଯହିଁ ତହିଁ ରୁଦ୍ଧ ଶ୍ବାସ ହେବା
 ଦର୍ପଣ ଦେଖାଏ , କହେ ଦେଖ
ପ୍ରଗତି ର ଗତି ଏହି କି'ବା ।

ବର୍ଷୁ ବର୍ଷ ଆସୁଛ ଆସିବ ,ଆସ
ପୁଣି ଏକ ନୂଆ ଆଶା ନେଇ
ଅସଜଡ଼ା ସଜଡ଼ିବ ବୋଲି
ବିଶ୍ବାସ ମୋ ତଥାପି ଚେଇଁଛି ।
ଆସ ବର୍ଷା ! ନ ଉପେକ୍ଷି
ଅପେକ୍ଷା ଅପାର
ଆସ କିଛି ସମ୍ଭାବନା ନେଇ ।। **^**^**^**^**^**^**^**^ 


Rate this content
Log in

Similar oriya poem from Abstract