STORYMIRROR

Dr Baman Chandra Dixit

Abstract

4  

Dr Baman Chandra Dixit

Abstract

ଢଗରୁ ଗୀତ(୭)

ଢଗରୁ ଗୀତ(୭)

1 min
12


ଛକାପଞ୍ଜା ଖେଳ ଚାଲିଛି ବାଇନ

ନଜର ହଟିଲେ ଗଲା,

ହାଜିରୀ ବେଳକୁ ହାଜର ନଥିଲେ

ମଜୁରୀ ମିଳେ କି ଭଲା?


ଛତୁଫୁଟା କାଠ ନିଶଉଠା ପାଠ

କୋଉ କାମକୁ ନୋହିଲୁ,

ସେଇ ଘ..ତା ତ କଲୁ ମିଛଟାରେ

ବୟସ ଗଡ଼େଇ ଦେଲୁ।


ଛକ ଦେଖି ବାଟବଣା ହେବୁ ଯଦି

ଠିକଣା ମିଳିବ କାହୁଁ,

ଠିକ କରି ଠୋକି ପରଖି ଦେଖିଲେ

ଠକେଇବ କିଏ ଆଉ?


ଛତା ଥିଲେ ସାଥେ ଖରା ବରଷାକୁ

ନଥାଏ ବାଇନ ଡର   

ଛାଇ ପରି ଭାଇ ପାଖେଥିଲେ ରହି

ଦୁଃଖ ହୋଇଯାଏ ଦୂର ।


ଛୁଞ୍ଚି କୁ ଯେମିତି ସୂତା ବାଇନରେ

ବାଡ଼କୁ ଯେମିତି ବତା,

ବାଙ୍ଗିରୀ ନାନୀକୁ ଗେଡ଼ା ଗିରସ୍ତ ଲୋ

ଖଞ୍ଜି ରଖିଛି ବିଧାତା।


ଛୁଙ୍କ ରୁ ଜାଣିବ ତିଅଣ ସୁଆଦ

ଛିଙ୍କ ରୁ ଜର ନୁଆର ,

ଛାଟ ଥିଲେ ଚାଟ ବାଟ ହୁଡ଼େନାହିଁ

ଅବଧାନ କୁ ପଚାର।


ଛାଣିକରି ପାଣି ପିଇବୁ ବାଇନ

ପଇସାକୁ ନେବୁ ଗଣି,

ନୋହିଲେ ପଛକୁ ଦହଗଞ୍ଜ ସାର

ପ୍ରାଣ-ପୀଡ଼ା ଧନ ହାନୀ।



Rate this content
Log in

Similar oriya poem from Abstract