STORYMIRROR

Dr Baman Chandra Dixit

Tragedy

4  

Dr Baman Chandra Dixit

Tragedy

ଅଦିନ ଝଡ଼

ଅଦିନ ଝଡ଼

1 min
11


କବିତାରେ ସିନା ଲେଖୁଛି ଆଜି ମୁଁ 

ଅଦିନ ଝଡର କଥା

କବିର କଳ୍ପନା ନୁହେଁ ଏହା ମୋର  

ଜୀବନର ସ୍ମୃତି ଗାଥା।

ହସଖୁଶି ଭରା ସଂସାର କୁ ଆମ

ଅଦିନ ଝଡର ଗ୍ରାସ

ବିଧ୍ୱସ୍ତ କରି କ୍ଷଣିକ ଭିତରେ

କରିଗଲା ଧୂଳିସାତ।

ଉଣେଇଶ ଶହ ଅଣାଅସି ସନ

ଏପ୍ରିଲ ଷୋଳ ତାରିଖ

ଅସୁସ୍ଥତା ହେତୁ ଚିକିତ୍ସା ପାଇଁକି

ବାପା ଗଲେ ଭଦରଖ।

ଗଲେ ସିନା ଆଉ ଲେଉଟିଲେ ନାହିଁ

ସମୟ ସାଧିଲା ଦାଉ,

ବାପା ବାପା ଡାକ ହଜିଛି ତୁଣ୍ଡରୁ

କାହାକୁ ଡାକିବି ଆଉ।

ସାହିତ୍ୟର ବୀଜ ରୋପୀଥିଲେ ଯାହା

ତାହାକୁ ସମ୍ବଳ କରି

ଆଜି ମୁଁ ଲେଖୁଛି କାହାଣୀ କବିତା

ହେବି କି ମୁଁ ତାଙ୍କ ସରି।

ରେ ଅଦିନ ଝଡ଼ ଦେଲୁ ଦୁଃଖ ବଡ଼

କରିବୁ ଏତିକି କୃପା

ଜନ୍ମଜନ୍ମ ପାଇଁ ହୁଅନ୍ତି ମୁଁ ପୁଅ

ସିଏ ହୁଅନ୍ତେ ମୋ ବାପା।

ସମୟଠୁ କେହି ବଳବାନ ନାହିଁ

ତୁ ବି ସମୟରୁ କଣେ

ହେବ କି କରୁଣା ତୋତେ ତାହା ଜଣା

ହାତଭାଗା ପୁଅ ଭଣେ।।



Rate this content
Log in

Similar oriya poem from Tragedy