ଖରା
ଖରା
--------------
ସ୍ବପ୍ନ ସବୁ ତାତିଲା ତlବାରେ
ପୋଡି ପୋଡି ମିଶିଯାଇଛି ପବନରେ
ଶୁଖା ପତ୍ର ପବନରେ ଉଡୁଉଡୁ ଗାଉଛନ୍ତି
ବେଦନାର କରୁଣ ସଙ୍ଗୀତ
ହସ ସବୁ ଅଂଶୁଘାତ ଦ୍ୱାରା ବନ୍ଦୀ
ଆଉ ମୁକୁଳିବାର ଯୁ ଟିକେ ନାହିଁ ।।
ଏବେ ,
ସମୟ ରହିରହି ଚେଙ୍କା ଦିଏ,
ଜଳ ବାମ୍ଫହଜିଯାଏ
ଆକାଶ ଛାତିରେ
ବାରୁଣୀସ୍ନାନ ଯିବାକୁ ଭାରି ଡର
ଖରା ଓ କରୋନାଭୟରେ।।
ଏବେ,
ଜଳ ସଂକଟରେ ମଣିଷ
ଭୁଲି ଯାଇଛି ଗାଇବାକୁ ମନର ସଙ୍ଗୀତ
ନିରୁତା ସତ କହିବାକୁ ଆଜିକାଲି ଭାରି ଡର
ପୋଡ଼ୁ ଚାଷ ନ୍ୟାୟରେ ଜଙ୍ଗଲ ପୋଡା
ଭୁଲ ରାଜନୀତିର ପଞ୍ଝାରେ ଜୀବନ
ଭାଷଣ ମରାରେ ଭାରି ବ୍ୟସ୍ତ।।
ବାଘ ଶିକାର ଗପ ଭିତରେ
ନାହିଁ ଆଉ ବାଘ
କି ମନ ବଦଳିଲା ବୋଲି
ହାତୀ କି ଢାଳୁଛି
ଖରାରେ ମଣିଷ ମୁହଁରେ ଢାଳେ ଜଳ!!
ସବୁ ବଦଳିବା ଭିତରେ
ବୋଧେ ଆମେ ବଦଳି ନାହୁଁ
ଆମେ ଅହରହ ତିଆରୁଛୁ
ଏକ ତପ୍ତ ଧରା !!
ନିଜକୁ ନିଜେ
ସ୍ୱାର୍ଥରେ ହୋଇ ଅନ୍ଧ
ଗାଉଛୁ କି ମନଭୁଲା
ମାନବିକତାର ମନ୍ତ୍ର
ଦେଖୁଛୁକି
ସ୍ବପ୍ନ ଆଗାମୀ କାଲିର ??
ଏବେତ
ଅସହଣୀ ସମୟ ଗାଉଛି
ହିଂସାତ୍ମକ ବେସୁରା ସଙ୍ଗୀତ
ସଫା ସଫା ଜଙ୍ଗଲ ଭିତରେ
ମରୁଭୂମିରେ ମୃଗତୃଷ୍ନା ଛାଇ
ଅହେତୁକ ଜଞ୍ଜାଳରେ
ମନ ଓ ମନ୍ଦିର
ସବୁଠି ଖରା ଓ ଅହଂକାର
ସୁବିଧାବାଦୀ କାରସାଦି
ଅଯତ୍ନରେ ଧରାରେ
ଭରିଯାଏ ଖରା ଆଉ ଖରା ।।
ଏ ଖରା
ସବୁ ଋତୁକୁ ବି ବଦଳାଇଦିଏ
ଆଉ ମଣିଷ କୁ ଧମକାଏ
କହେ, ହେ ମଣିଷ କାଟ କାଟ
ଆହୁରି କାଟ କୁରାଢ଼ୀରେ
ଗୋଡ, ଗୋଡ
ଜାଣିନ ବୋଧେ
ପ୍ରତି ଗୋଡ ହେଉଛି
ଗୋଟେ ଗୋଟେ ଗଛ !!