ବାବା ଧବଳେଶ୍ଵର
ବାବା ଧବଳେଶ୍ଵର
ଆଜି ପରା ଶେଷ କାର୍ତ୍ତିକର ମାସ
ତ୍ରୟୋଦଶୀ ତିଥି ବାର
ଓଷା ମଧ୍ୟେ ସାର ବଡ ଓଷା ତାର
ପୂଜିବା ଧବଳେଶ୍ଵର ।।
ମହାନଦୀ ଗର୍ଭେ ଦ୍ଵୀପଟିଏ ଭବେ
ବିଜେ ଜଗତ ଈଶ୍ୱର
ବରୁଣ ଦେବତା ଜଗି ରହିଛନ୍ତି
ନିତି ଧୁଅନ୍ତି ପୟର
ବୁଝେ ଭକ୍ତ ମନ ପୂରେ ମନସ୍କାମ
ନାମ ଯା ଧବଳେଶ୍ଵର
ଭକ୍ତ ଭଗବାନ ହୁଅନ୍ତି ମିଳନ
ଅପୂର୍ବ ଶୋଭା ଭଣ୍ଡାର ।।।
ଭକତ ଗୁହାରି ଶୁଣି ଜଟାଧାରୀ
କଳାକୁ କରିଲେ ଧଳା
ରଖି ଭକ୍ତ ମାନ ହୋଇଗଲା ନାମ
ଧବଳେଶ୍ଵର ଟି ପରା
ଭକତି ମନରେ ଯିଏ ବ୍ରତ କରେ
ଲଭେ ଆଶିର୍ବାଦ ତାର
ସଂସାର ସାଗର କଳ୍ମଷ କାଳିମା
କ୍ଷଣେ ହୋଇଯାଏ ଦୂର ।।