STORYMIRROR

Kalandi pal

Abstract

4  

Kalandi pal

Abstract

ଅବନା ପୂର୍ଣ୍ଣ ବ୍ରହ୍ମ ଚଉତିଶା

ଅବନା ପୂର୍ଣ୍ଣ ବ୍ରହ୍ମ ଚଉତିଶା

2 mins
23


କମଳ ନୟନ     ଜଳଦ ବରନ

     କଜଳ କଦ ବଦନ

କନକନ ମନ     ତବ ଦରଶନ

    କମକମ ଏ ଚରଣ ।୧।

ଖରଖର ଗମ    ଚରଣ ଖଡମ

     ଖରତର ଏ ନୟନ

ଖଡପ ରତନ    ଖଚର ରକ୍ଷଣ

    ଖଗ ଚରଣ ଶରଣ ।୨।

ଗଗନ ପବନ    କଲ ଉତପନ

     ଅକ୍ଷଧର ଅକରଣ

ଗହନ ଗହଳ    ବନ ବନଚର

     ଝଟକ ନଦ ଝରଣ ।୩।

ଘଟର ଘଟକ    ଜଗତ ଜନକ

     ଅଘଟଣ ତ ଘଟଣ

ଘନରସ ଘନ    ଅଜ ନବ ଘନ

     ଚହଟ ମନ ହରଣ ।୪।

ଉରସ ଉଜଳ    କଢ ଢଳ ଢଳ

     ଉଷତ ହସ ବଦନ

ଉଷସ ବସନ    ଉଛବ ରଟନ

     ଉଦର ଉନ ଛପନ ।୫।

ଚଉପଟ ଚଉ     ସମର ଚହଟ

      ଚମକ କର କମଳ

ଚଉରସ ତବ     ମନନ ଭଜନ

      ଭକତ ମନ ଉଜଳ ।୬।

ଛନଛନ ମନ     ଘଟ ଘନଘନ

      ଛକ ଛପନ ରସନ

ଛଟକ ଚରଣ     ଲଭ ଦରଶନ

     ଛଇ ଛଟକ ବଦନ ।୭।

ଜଳଦ ଉଦକ      ତପନ ଝଲକ

     ଘଟର ଘଟ ପବନ

ଜଗ ଜଡବର     ଜବସର ଫଳ

     ଜଗତ ଜଠ ଭରଣ ।୮।

ଝରଇ ଜଳଦ     ଝର ଝର ଜଗ

     ଝକ ଝକ ଝଟପଟ

ଝସ ଛଟପଟ      ଜଳର ସକଟ

     ତବ ଉନ ସମ ଘଟ ।୯।

ନଭଗର ନଟ      ହଟ ନଟଖଟ

      ନରକ ଅକ କଦନ

ନମ ନମ ଘନ     ଚହଟ ଚରଣ

     ଲବନ ଜଗ ନହନ ।୧୦।

ଟସର ବସନ      ଘଟଣ ଜଘନ

     କନକ ସମ ଝଲକ

ଟଗର ଧବଳ      ମହକ ପତର

     କର କଳନ ଛଟକ ।୧୧।

ଠଣର ଠମକ      ଜଗତ ଦମକ

      ଝଟକ ଶତ ତପନ

ଠଗ, ଖଗ,ଖଳ   ଜପ ,ଯକ୍ଷ ,ଧଳ

     ଶରଣ ତବ ଚରଣ ।୧୨।

ଡଜନ ଡଜନ      ନଉକର ଗଣ

      ନତ ଶବର ଅନମ

ଡଉଲ ଡଭର     ଅପଘନ ଅୟ

     ଘଟ ଶତଦଳ ସମ ।୧୩।

ଢପ ଢଳଢଳ      ଶତଦଳ ଜଳ

      ସମ ଏବ ଟଳମଳ

ଢମ,ତମ, ଦମ   ରମ,ବମ, ଶମ

     ନବଘନ ନଟବର ।୧୪।

ଅଜର ଅମର     ଅକ୍ଷ ଅକ୍ଷଧର

     ଅକରଣ ଅୟ ଉଜ

ଅପନୟ ଅକ     ଅନୟ ଅଣକ

     ଅକ୍ଷୟ ଅନଘ ଅଜ ।୧୫।

ତମସ ତରଣ     ତରଛ ଦମନ

     ଅଚଳ ଅପନୟନ

ତପ ତପଧନ     ତପର ତପନ

    ଭକତ ଜନ ରକ୍ଷଣ ।୧୬।

ଥନ ଥନ ଥପ     ନୟନ ପଲକ

     ଜଳ ସମ ନବଦଳ

ଥଳ ତ ଅଥଳ     ଅକ୍ଷମ ଇତର

    ନ ଲଭଇ ଉଜ ଫଳ ।୧୭।

ଦଇତ ଦଳନ      ଦଇବ ମନନ

      ଅବତର ଅକରଣ

ଦମନ ଦହନ     ତବ ବଡ ପଣ

     ଜଗତ ରକ୍ଷ ରକ୍ଷଣ ।୧୮।

ଧନର ଧନଦ      ଜନର ଜନଦ

    ଜପ,ତପ, ମଖ, ଅଖ

ଧବଳ ବରନ      ଝଲକ ଲକ୍ଷଣ

    ସପତ ବରନ ଏକ। ୧୯।

ନଟ ଖଟ ଠଣ     ନଟବର ନମ

      ନବରସ ନଉତନ

ନବଯଉବନ      ଲଭ ଦରଶନ

     ନମସ ନତ ବଦନ ।୨୦‌।

ପରମ ପଦକ      ପରଶ ପଲକ

      ପଦର ପଦ ଉଦକ

ପଥର ପଦଗ      ପରତ ପରଖ

     ପର ଅପର ଏକକ ।୨୧।

ଫର ଫର ତବ     ନବ ବଇରଖ

      ଫରକ ଫର ଅଧମ

ଫଉଜ ଫଳନ     ଖଚର କଳନ

     ଧବଳ କଜଳ ଗମ ।୨୨।

ବରଦ ବରଣ      ମଗଜ ମନନ

      ବଦନ ବତ ହରଣ

ବଇତମ ଇହ     ବଡପଣ ବହ

     ବଧକ ଦଇତ ଗଣ ।୨୩।

ଭବନ ଭବନ     ଭଜନ ଯଜନ

      ରମଣ ପରମ ପଥ

ଭକ୍ଷଣ ଭଗତ     ଚରଣ ଉଦକ

     ତରଣ ଜଗତ ରଥ ।୨୪।

ମଦକଟ ନଟ     ଉଷତ ଉଝଟ

       ଉତପନ ଉଗରଣ

ମହଣ ମହଣ     କନକ କଳନ

      ମଦନ ମଦ ମଗନ ।୨୫।

ଯକ୍ଷ ଦକ୍ଷ ନର    ପଇଦ ପୟର

      ଯଜନ ଭଜ ଭଜନ

ଯବନ ଶରଣ      ରଥ ଅଚଳନ

     ଯମ ଯମନ ହରଣ ।୨୬।

ରଟନ ରକ୍ଷଣ     ରଚନ କରଣ

     ରଜତ ରତନ ଭଗ

ରସର ରସନ     ରସ ଉପଗମ

     ରମଣ ଚଉଦ ଜଗ ।୨୭।

ଲଡହ ଲପନ     ଲହର ଲଳନ

     ଲବଧ ନବ ଲକ୍ଷଣ

ଲୟ ଲକ ଠକ    ଠଉର ଠମକ

    ଲବନ ପରଶ ସମ ।୨୮।

ବରକତ ବଟ     ନ କର କପଟ

     ଚରଣ ଶରଣ ଜନ

ବକତର ସମ      ତମସ ତରଣ

    ବରଦ ବର ବହନ ।୨୯।

ଶବର ଶମନ      ଚପଟ ଚରଣ

      ଶର ସଉକ ସଫଳ

ସରଗ ଗମନ      ଉପଗମ ଶମ

     ସମୟ ସତ ସବଳ ।୩୦।

ଷଡ ଦଇତର      ଅପହତ କର

      ସରଣ ଷଟ କରମ

ସରଦର ସମ      ଅନଘ ଅୟନ

     ଶକ୍ଷ ଶମ ଅପଘନ ।୩୧।

ସହ ସହଚର      ସହଜ ସବଳ

      ସତ ଅସତର ପଥ

ସରଳ ସଛଳ      ସପକ୍ଷ ସଫଳ

     ସମଜସ ତବ ରଥ ।୩୨।

ହସର ଅଧର      ଅଧ ଶଶଧର

      ଝଟକ ଝର ରତନ

ହଟ ହଟପଟ      ହର ହରକତ

      ହଟ ଚମଟ ହରଣ ।୩୩।

କ୍ଷମ କ୍ଷମମୟ    କ୍ଷଣ କ୍ଷଣ କ୍ଷୟ

     ଅଧମ ଅକ୍ଷମ ଜନ

ଖପର ଧରଣ     କମଳ ନୟନ

     ଅବତର ତ ଦଶମ ।୩୪।


    


Rate this content
Log in

Similar oriya poem from Abstract