ଭୁଲି ଗଲୁ ଯମୁନା କୂଳ
ଭୁଲି ଗଲୁ ଯମୁନା କୂଳ
ଭୁଲି ଗଲୁ ସତେ ସେ ଗୋପପୁର
ଗୋପ ବାଳ ସାଙ୍ଗ ସାଥିର ମେଳ
ସେହି ସେ ଯମୁନା କୂଳ
ସେହି ସେ କଦମ୍ବ ମୂଳ
ବଣରେ ଗୋରୁ ଗୋକୁଳ
ସଙ୍ଗେ ସୁଦାମା ସୁବଳ
ସବୁ ଭୁଲି ଗଲୁ ମଉନେ ବସିଲୁ
ଯଶୋଦା ଆଖିରୁ ଝରୁଛି ନୀର।।
ଆଜି ନୁହଁ ତୁହି ଗଉଡ ପୁଅ
ଦଇତା ସାଥିରେ ବାନ୍ଧିଲୁ ମୋହ
ରହିଲୁ ସାଗର କୂଳେ
ବସିଲୁ ବଡ ଦେଉଳେ
ଛପନ ଭୋଗ ଖାଇରେ
ଶୋଇଲୁ ଗମ୍ଭିରୀ ଘରେ
ବାର ମାସେ ତେର ଯାତରା ତୋହର
ହଟ ଭିଆଇଲୁ ସାଗର କୁଳ ।।