ଗୋପୀ ମନୋହାରୀ
ଗୋପୀ ମନୋହାରୀ
ବ୍ରଜାବିହାରୀ
ତୋ ବାଙ୍କ ଚାହାଣୀ ମନ ନିଏ କିଣି
ତୋ ବାଙ୍କ ଚାହାଣୀ ମନ ନିଏ କିଣି
ତୋତେ ଦିନ ରାତି ହୁଏ ଝୁରି ରେ
ବ୍ରଜବିହାରୀ
ଷୋଳ ଶସ୍ର ଗୋପୀ ତୋ ପ୍ରେମ ରେ ବାଈ
ତୋ ମୁରଲୀ ଧ୍ଵନି ଶୁଣି
କାମ ରେ ଦାମ ରେ ମନ ନ ଲାଗଇ
ତୋତେ ଝୁରି ବାଇଆଣୀ
କି ମନ୍ତର ଜାଣୁ ରେ କାଳିଆ କାହୁଁ
କି ମନ୍ତର ଜାଣୁ ରେ କାଳିଆ କାହୁଁ
ତୋ ପ୍ରେମ ରେ ହୋଇ ଘାରୀ ରେ।
ବ୍ରଜବିହାରୀ
ମନ ମୋହନିଆ ରେ ଘନ କାଳିଆ
ଦେଖି ତୋ ବାଙ୍କ ଚାହାଣି
ଯୋଗୀ ଜନ ମନ ଚୋରାଇ ନେଉ ତୁ
ତୋ ବେଣୁ ର ତାନ ଶୁଣି
ରେ ବ୍ରଜବିହାରୀ ତୋ ନାମ କୁ ଧରି
ରେ ବ୍ରଜବିହାରୀ ତୋ ନାମ କୁ ଧରି
ଦିନ ମୋର ଯାଉ ସରି ରେ।
ବ୍ରଜବିହାରୀ ।