STORYMIRROR

Bijaya Kumar Swain

Inspirational Children

3  

Bijaya Kumar Swain

Inspirational Children

ଉତ୍କଳ ଦିବସ

ଉତ୍କଳ ଦିବସ

1 min
4


ଆସ ରେ,,,, ହଁ ହଁ ଆସ ରେ

 ଆସ ରେ ଭଉଣୀ ଭାଇ

  ଗାଇବା ଉତ୍କଳ ଗୀତ

ଉତ୍କଳ ଜନନୀ ବୀର ପ୍ରସବିନୀ

ତା ପଦେ ଲୋଟାଇବା ମାଥ।

ମହୋଦଧି ଯାର ଚରଣ ଧୋଉଛି

ପକ୍ଷୀ ଗାଏ ମିଠା ଗୀତ

ନୀଳଶୈଳ ପରେ ଉଡୁଛି କେତନ

ଦର୍ଶନେ ଧୋଇ ଯାଏ ପାପ

କଟକ ନଗର ଧବଳ ଟଗର ଭ

କଟକ ନଗର ଧବଳ ଟଗର

 ବାରବାଟୀ ଦୂର୍ଗ ଖ୍ୟାତ।

ଆସ ରେ,,, ହଁ ହଁ ଆସ ରେ,,,,,,,

ଖଣି ଖାଦାନ ରେ ଭରା ମୋ ରାଇଜ

କ୍ଷେତ ରେ ସୁନା ଫଳୁଛି

ବନ ଉପବନ ଶୋଭା ସମ୍ଭାର ରେ

ଜନ ମନ ମୋହୁଅଛି

ଆମେ ରେ ଓଡ଼ିଆ ଜଗତେ ବଢିଆ

ଆମେ ରେ ଓଡ଼ିଆ ଜଗତେ ବଢିଆ,,,,

ଆମ ପ୍ରଭୁ ଜଗନ୍ନାଥ,,,,,,

ଆମ ପ୍ରଭୁ ଜଗନ୍ନାଥ,,,,,

ଆସ ରେ ହଁ,,, ହଁ, ଆସ ରେ,,,,,

ଉତ୍କଳୀୟ ଭାବେ ଗରଵ କରିବା

ଏପ୍ରିଲ ପହିଲା ଆଜି

ଉତ୍କଳ ମାତା ର ଜନମ ଦିନ କୁ

ପାଳିବା ଆନନ୍ଦେ ମଜ୍ଜି

ବନ୍ଦନା ଗାଇବା ଉତ୍ସବ ପାଳିବା

ବନ୍ଦନା ଗାଇବା ଉତ୍ସବ ପାଳିବା

ହାତ ରେ ମିଶାଇ ହାତ।

ଆସ ରେ,,, ହଁ,,, ହଁ ଆସ ରେ,,,,

ଆସ ରେ ଭଉଣୀ ଭାଇ,,,,,

 ଗାଇବା ଉତ୍କଳ ଗୀତ,,,,,,

  ଗାଇବା ଉତ୍କଳ ଗୀତ,,,,,,

ବନ୍ଦେ ଉତ୍କଳ ଜନନୀ


Rate this content
Log in

Similar oriya poem from Inspirational