STORYMIRROR

Bijaya Kumar Swain

Inspirational

3  

Bijaya Kumar Swain

Inspirational

ଜୟ ଜୟ ମହାଲକ୍ଷ୍ମୀ ମାଆ

ଜୟ ଜୟ ମହାଲକ୍ଷ୍ମୀ ମାଆ

1 min
8


ଜୟ ଜୟ ମହାଲକ୍ଷ୍ମୀ ମାଆ

  ଜଗନ୍ନାଥ ଘରଣୀ

ଜୟ ଜୟ ମହାଲକ୍ଷ୍ମୀ ମାଆ

ଜୟ ସିନ୍ଧୁ ଦୁଲଣୀ।

ସୁଦଶା ପଡ଼ଇ ତା ପରେ

  ଯାରେ ହୁଏ ତୋ ଦୟା

ଦୁର୍ଦ୍ଦଶା ପଡ଼ଇ ତାହାରେ

  ତୁହି ହେଲେ ନିର୍ଦୟା।

କରୁଣାମୟୀ ତୋ କରୁଣା

  ପାଇଁ ରହିଛି ଚାହିଁ

ଜୀବନ ହୋଇବ ଧନ୍ୟ ମାଆ

  ତୋର କରୁଣା ପାଇ।

ତୋର ନାମ ତୁଣ୍ଡେ ନେଉଛି

  ହୃଦେ ଧ୍ୟାଉଛି ତୋତେ

ଦୟା କରୁଥିବୁ ମାଆ ଲୋ

 ଏହି ଅଧମ ସୁତେ ।


Rate this content
Log in

Similar oriya poem from Inspirational