ଭକ୍ତ ବତ୍ସଳ ଭାବଗ୍ରାହୀ
ଭକ୍ତ ବତ୍ସଳ ଭାବଗ୍ରାହୀ
ଜୟ ହେ ଜଗନ୍ନାଥ
ଅନାଥ ଜନଙ୍କର ନାଥ।
ସର୍ବ ମଙ୍ଗଳମୟ ହରି
ଦୁଃଖୀ ଜନଙ୍କ ଦୁଃଖ ହାରୀ।
ସକଳ ଘଟେ ତୁମ୍ଭ ବାସ
ହେ ପ୍ରଭୁ କମଳା ବିଳାସ।
ନାହିଁ ତୁମ୍ଭର ଆଦି ଅନ୍ତ
ନାମ ଟି ତୁମ୍ଭର ଅନନ୍ତ।
ଜଗତ ହିତେ ଲୀଳା ତୋର
ତୋ ଲୀଳା ତୋତେ ଅଗୋଚର।
ସତ୍ୟ ତ୍ରେତୟା ଦ୍ଵାପର ରେ
ଲୀଳା ପ୍ରକଟୁ ଏ କଳି ରେ।
ସତ୍ୟ ରେ ନରସିଂହ ରୂପ
ହିରଣ୍ୟକ ର ହରି ଦର୍ପ।
ଭକତ ପ୍ରହ୍ଲାଦ ର ମାନ
ରକ୍ଷା କରିଲ ଭଗବାନ।
ତ୍ରେତୟା ଯୁଗେ ଅଯୋଧ୍ୟା ରେ
ଜନମି ଦଶରଥ ଘରେ।
ନିଧନ କଲ ଦଶାନନ
ବିଭୀଷଣ କୁ ରାଜ୍ୟ ଦାନ।
ଲଙ୍କା ରେ କରିଲ ରାଜନ
ହେ ପ୍ରଭୁ ରାଜୀବ ଲୋଚନ।
ଭକ୍ତ ଧୀବର ଶବରୀ ରେ
ପରମ ପଦ ଦେଲ ହେଳେ।
ଦ୍ଵାପର ଯୁଗେ ବନ୍ଦୀ ଘରେ
ଜନ୍ମି ବଢିଲ ଗୋପପୁ ରେ।
କୁବୁଜା ଭକ୍ତି ରେ ସନ୍ତୁଷ୍ଟ
ଦେଲ ତାହାରେ ଦିବ୍ୟ ରୂପ।
ବନ୍ଧୁ ସୁଦାମା ଭାବ ଜାଣି
ଅଷ୍ଟ ଐଶୂର୍ଯ୍ୟ ଦେଲ ଆଣି।
ଭାବ ରେ ବାନ୍ଧି ଗୋପ ନାରୀ
ଗୋପ ରଖିଲ ଚକ୍ର ଧାରୀ।
ବଉଦ୍ଧ ରୂପେ କଳି କାଳେ
ବିଜେ କରିଛ ନୀଳାଚଳେ।
ବନ୍ଧୁ ମହାନ୍ତି ଭାବ ଜାଣି
ସୁନା ଥାଳି ରେ ଅନ୍ନ ଆଣି।
ଭାବେ ପରଷି ଦେଲ ହରି
ଭକତ ଭାବେ ମୋଦ ଭରି।
ଯବନ ସାଲବେଗ ପାଇଁ
ରଥ ରଖିଲ ପଥେ ଶାଇଁ।
ଭକତ ବଳରାମ ଦାସ
ଭକ୍ତି ରେ ହୋଇଲ ସନ୍ତୁଷ୍ଟ।
ତା ବାଲି ରଥେ ବିଜେ କରି
ଏମନ୍ତ ଲୀଳା ଟି ତୁମ୍ଭରି।
ଭକ୍ତ ବତ୍ସଳ ଭାବଗ୍ରାହୀ
ଭକତ ଜୀବନ ଟି ତୁହି।
ତୁମ୍ଭର ଶ୍ରୀ ପଦ୍ କମଳେ
ଚିତ୍ତ ମୋ ରହୁ ନିରନ୍ତରେ।
ଶରଣ ରକ୍ଷକ ଗୋବିନ୍ଦ
ତୋ ନାମ ରସ ମକରନ୍ଦ।
ପାନ କରି ମୋ ଯାଉ ଦିନ
ଶ୍ରୀ ପଦେ ପଶୁଛି ଶରଣ।।