STORYMIRROR

Bharatabandhu Biswal

Inspirational

3  

Bharatabandhu Biswal

Inspirational

ଆତ୍ମିୟ

ଆତ୍ମିୟ

1 min
131


ମଣିଷ ମାତ୍ରକେ ପରମେଶ୍ୱରଙ୍କ

ସୃଷ୍ଟି ଅମୃତ ସନ୍ତାନ 

ଅଟନ୍ତି ଆମର ପରମ ଆତ୍ମୀୟ 

ଜଗଦୀଶ ଭଗବାନ ।


ଏକରୁ ଅନେକ ବିଭେଦତା ମଧ୍ୟେ

ଈଶ୍ୱର ହିଁ ସନାତନ

ମଙ୍ଗଳ କାରଣେ ଆତଯାତ ସୃଷ୍ଟି

ସତ୍ୟ ତପ ଶ୍ରେଷ୍ଠ ଧର୍ମ ।


କୀଟ ତରୁଲତା ନର ପଶୁପକ୍ଷୀ

ସ୍ଥାବର ଜଙ୍ଗମ ପ୍ରାଣୀ

ଆବର୍ତ୍ତେ ସମୟ ଜୀବନର ଚକ୍ର 

ବରଫ ହୁଅଇ ପାଣି ।


ନିତ୍ୟ ନିୟମିତ ହୁଏ ଉଦେ ଅସ୍ତ

ମହାକାଶେ ସୂର୍ଯ୍ୟ ଚନ୍ଦ୍ର 

ବିଧି ଓ ବିଧାନ କର୍ମ ସୁକର୍ତ୍ତବ୍ୟେ

ଚଳମାନ ଏ ସଂସାର ।


ବନ୍ଧା ଏକ ସୂତ୍ରେ ଶକତିର ଉତ୍ସ 

ଜୀବନର ମୂଳମନ୍ତ୍ର 

ସହ ଅବସ୍ଥାନେ ମିଳେ ସୁଖଶାନ୍ତି

ନରକ ଭୋଗେ ଅସୁର ।


ଅରଜେ ସଯତ୍ନେ ଜୀବନେ ମଣିଷ 

ବିଦ୍ୟାବୁଦ୍ଧି ସୁସଂସ୍କାର 

ଆଚରି ସଂଯମ ଦିବ୍ୟ ଜ୍ଞାନ ଗୁଣ

ବୃଦ୍ଧି କରେ ଆତ୍ମ ବଳ ।


ଉତ୍ତମ ଆଦର୍ଶ କରେ ଆଲୋକିତ 

ଚଲାପଥ କୁସୁମିତ 

ବୋଧହୁଏ ସାରା ବସୁଧା କୁଟୁମ୍ବ 

ଆତ୍ମିୟତା ଶକ୍ତି ଉତ୍ସ ।


ବ୍ୟକ୍ତି ଓ ସମାଜ ଘର ପରିବାର 

ଉତ୍କର୍ଷୁ ମାନବିକତା

ବଢୁ ସୁସମ୍ପର୍କ ଆତ୍ମୀୟ ଭାବନା

ସୌଜନ୍ୟତା ବ୍ୟାପକତା ।



Rate this content
Log in

Similar oriya poem from Inspirational