ଆତ୍ମିୟ
ଆତ୍ମିୟ
ମଣିଷ ମାତ୍ରକେ ପରମେଶ୍ୱରଙ୍କ
ସୃଷ୍ଟି ଅମୃତ ସନ୍ତାନ
ଅଟନ୍ତି ଆମର ପରମ ଆତ୍ମୀୟ
ଜଗଦୀଶ ଭଗବାନ ।
ଏକରୁ ଅନେକ ବିଭେଦତା ମଧ୍ୟେ
ଈଶ୍ୱର ହିଁ ସନାତନ
ମଙ୍ଗଳ କାରଣେ ଆତଯାତ ସୃଷ୍ଟି
ସତ୍ୟ ତପ ଶ୍ରେଷ୍ଠ ଧର୍ମ ।
କୀଟ ତରୁଲତା ନର ପଶୁପକ୍ଷୀ
ସ୍ଥାବର ଜଙ୍ଗମ ପ୍ରାଣୀ
ଆବର୍ତ୍ତେ ସମୟ ଜୀବନର ଚକ୍ର
ବରଫ ହୁଅଇ ପାଣି ।
ନିତ୍ୟ ନିୟମିତ ହୁଏ ଉଦେ ଅସ୍ତ
ମହାକାଶେ ସୂର୍ଯ୍ୟ ଚନ୍ଦ୍ର
ବିଧି ଓ ବିଧାନ କର୍ମ ସୁକର୍ତ୍ତବ୍ୟେ
ଚଳମାନ ଏ ସଂସାର ।
ବନ୍ଧା ଏକ ସୂତ୍ରେ ଶକତିର ଉତ୍ସ
ଜୀବନର ମୂଳମନ୍ତ୍ର
ସହ ଅବସ୍ଥାନେ ମିଳେ ସୁଖଶାନ୍ତି
ନରକ ଭୋଗେ ଅସୁର ।
ଅରଜେ ସଯତ୍ନେ ଜୀବନେ ମଣିଷ
ବିଦ୍ୟାବୁଦ୍ଧି ସୁସଂସ୍କାର
ଆଚରି ସଂଯମ ଦିବ୍ୟ ଜ୍ଞାନ ଗୁଣ
ବୃଦ୍ଧି କରେ ଆତ୍ମ ବଳ ।
ଉତ୍ତମ ଆଦର୍ଶ କରେ ଆଲୋକିତ
ଚଲାପଥ କୁସୁମିତ
ବୋଧହୁଏ ସାରା ବସୁଧା କୁଟୁମ୍ବ
ଆତ୍ମିୟତା ଶକ୍ତି ଉତ୍ସ ।
ବ୍ୟକ୍ତି ଓ ସମାଜ ଘର ପରିବାର
ଉତ୍କର୍ଷୁ ମାନବିକତା
ବଢୁ ସୁସମ୍ପର୍କ ଆତ୍ମୀୟ ଭାବନା
ସୌଜନ୍ୟତା ବ୍ୟାପକତା ।
