ମଣିଷ ପଣିଆ
ମଣିଷ ପଣିଆ
ଏ ଜୀବନ ଏକ ସଂଘର୍ଷର କ୍ଷେତ୍ର
ମଣିଷ ପଣିଆ ପ୍ରକୃତ ଧର୍ମ।
ସୁସ୍ଥ ଚିନ୍ତାଧାରା ବିବେକ ରଖି ଚାଲ
ଦେଖାଇବା ମଣିଷ ପଣିଆ ଆଜି।
ଅନେକ ଜନ୍ମ ତପ ବଳେ ମାନବ
ଜନ୍ମ ମହୀ ତଳେ।
ସୁନ୍ଦର ମଣିଷ ଜୀବନ ପାଇ
ମଣିଷ ପଣିଆ ହରନ୍ତୁନି ଭାଈ।
ପ୍ରେମ,ଉଦାରତା, ପରୋଉପକାରତା
ଦାନପୂଣ୍ୟ ମଣିଷ ପଣିଆର ନୀତି।
ଭଉତିକ ସୁଖ ହାତେଇ ହାତେଇ
ନିଃସ୍ୱ ଆଜି ମଣିଷ ପଣିଆ।
ମଣିଷ ଜନମ ଲଭି କି ଅବା ଲାଭ
ମଣିଷ ପଣିଆ ଭୂଲି ଭରିଛୁ ଖାଲି ବିଷ।
ସଂସାର ସାଗର ବିଶାଳ ଗଭୀର
ମଣିଷ ପଣିଆ ଦୁଃଖୀ ଜିବନକୁ
କରଇ ଉଦ୍ଧାର।
ହରି ନାମ ପରା ସଂସାରରେ ସତ୍ୟ
ଲୋଭ,ମୋହ, ମାୟା ଛାଡି ମଣିଷ ପଣିଆ
ରଖିଥିବୁ ଆଜି।
ଏ କଳିଯୁଗ ମଣିଷ ମଣିଷ ପଣିଆରେ
ରଖ ତୁ ବିଶ୍ୱାସ।
ଅମୂଲ୍ୟ ଜୀବନ ଦେଇଛନ୍ତି ବିଶ୍ଵପତି
ବୁଦ୍ଧି, ବିବେକ, ଚେତନାଶକ୍ତି, ଜ୍ଞାନ ଦେଖାଇ
ମଣିଷ ପଣିଆ ନ ଭୂଲି ଚଳିବାରେ ଆଜି।
