Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijaya Kumar Swain

Inspirational

4  

Bijaya Kumar Swain

Inspirational

ଭକତି ପ୍ରଣାମ ଘେନ ପ୍ରଭୁ

ଭକତି ପ୍ରଣାମ ଘେନ ପ୍ରଭୁ

1 min
8



ଭକତି ପ୍ରଣାମ ଘେନ ପ୍ରଭୁ ଶ୍ରୀ ରାମ

  ଜଗତ ଜୀବନ

  ଭକ୍ତ ପ୍ରାଣ ଧନ

ଜୟ ଜୟ ରଘୁପତୀ ସୀତା ପ୍ରାଣ ଧନ।

ତ୍ରେତୟାରେ ଅଯୋଧ୍ୟାରେ 

 ଦଶରଥ ଘରେ

ଜନମି ବଢ଼ିଲ ମାତା କୌଶଲ୍ୟା କୋଳ ରେ

ତୁମ ଗୁଣ ବର୍ଣିବାକୁ କେ ହେବ ସକ୍ଷମ।

ଜୟ ଜୟ

ପିତୃ ସତ୍ୟ ପାଳି ବନେ 

 କରିଲ ଗମନ

ପତ୍ନୀ ସୀତା ସତୀ ସଙ୍ଗେ

ଅନୁଜ ଲକ୍ଷ୍ମଣ

ସତ୍ୟ ର ପ୍ରତୀକ ତୁମେ କୋଦଣ୍ଡ ଧାରଣ ।

ଜୟ ଜୟ

ପଞ୍ଚବଟୀ ବନୁ ଦୁଷ୍ଟ 

  ଲଙ୍କାର ରାଜନ

ଜନକ ନନ୍ଦିନୀ ସୀତା

  କରିଲା ହରଣ

ଦଶାନନେ ବଦ୍ଧି ଭକ୍ତେ

 କରିଲ ରାଜନ।

ଜୟ ଜୟ

ତୁମ୍ଭ ନାମ ସ୍ମରଣ ରେ 

  ନ ଦଣ୍ଡେ ଶମନ

କଳିଯୁଗେ ତୁମେ ସତ୍ୟ

  ଆଉ ସବୁ ଭ୍ରମ

ରାମ ନାମ ଭଜି ଭଜି

  ବିତୁ ରାତି ଦିନ।

ଜୟ ଜୟ ରଘୁପତି ଜୟ ସୀତା ରାମ

ଜୟ ଜୟ ରଘୁପତୀ ଜୟ ସୀତା ରାମ।

ଜୟ ଜୟ ରାମ ଜୟ ସୀତା ରାମ

ଜୟ ଜୟ ରାମ ଜୟ ସୀତା ରାମ ।


Rate this content
Log in

Similar oriya poem from Inspirational