STORYMIRROR

Nityananda Barik

Inspirational

3  

Nityananda Barik

Inspirational

ସଂସାର

ସଂସାର

1 min
187

ମିଶ୍ରିତ ଭାବାବେଗ ଭିତରେ

ସହନଶୀଳତାକୁ ସ୍ଥାନ ଦେଇ ପାରିଲେ

ସଂସାର ରଥ ଗଡି ଚାଲେ

ଭୁଲ ବୁଝାମଣାର ଖାମଖିଆଲିରେ

ବୈରାଗ୍ୟ ଭାବ ଉପୁଜେ

ବିବେକ ବାଧା ଦିଏ

ଯେଉଁ ସଂସାର ବସେଇଛ

ଯାର କେନ୍ଦ୍ରବିନ୍ଦୁ ସେ ନିଜେ

ସେମାନଙ୍କୁ ଅସହାୟ କରି ଯିବ ବା କିପରି

ଗୋଡ଼ ପଛକୁ ଫେରି ଆସେ

ମୋହ ମମତାର ଡୋରି ବାନ୍ଧି ରଖେ

ସବୁ ମିଛ ସତ ପରି ଲାଗେ

ଜୀବନ ଜଞ୍ଜାଳର ପରିସ୍ଥିତରେ

ଘାଣ୍ଟି ହେବାଟା ଦେହସୁଆ ହୋଇଯାଏ

ଏହି ତ ସଂସାର ଓ ଏହି ତ ଜୀବନ



Rate this content
Log in

Similar oriya poem from Inspirational