ସ୍ମୃତି
ସ୍ମୃତି
ସଜଳ ନେତ୍ର କୋଣରୁ ଝରି ପଡୁଥାଏ କେତେ ବୁନ୍ଦା ଅଶ୍ରୁ
ସ୍ମୃତିର ରୋମନ୍ଥନ କରୁ କରୁ ହଠାତ୍ ମନ ଗହନରେ
ତା ଛବିଟା ଆଙ୍କି ହୋଇଯାଏ
କେଉଁ ଉପାଦାନରେ ବିଧାତା ଗଢିଛି ତାହାକୁ
ସନ୍ତାନର ସୁଖ ପାଇଁ ଚିନ୍ତିତ ତା ମନ
ନଖାଇ ଖୁଆଇବାର ସ୍ନେହ ପଣ
ନଶୋଇ ଶୁଆଇବାର କି ଭାବାବେଗ
ସ୍ନେହର ଆଶ୍ଳେଷ ତା ବାହୁ ଯୁଗଳର
ହୃଦୟରେ ଅନେକ ସ୍ବପ୍ନର ଆବାହନୀ ସଙ୍ଗୀତ
ପୁଅ ମୋର ରାଜା ହେବ
ଜହ୍ନ ରାଇଜରେ ବୁଲି ଆସିବ
ସ୍ବପ୍ନିଳ ଗୀତ ଶୁଣୁଶୁଣୁ ବିଭୋର ମୁଦ୍ରିତ ନୟନର
ଭରା ନିଦର ଜୁଆର
ମୁଁ ଶୋଇପଡେ ସ୍ୱର୍ଗୀୟ ଅନୁଭୂତି ହୃଦୟରେ ବହନ କରି
ସେ ପରା ସ୍ୱର୍ଗାଦପି ଗରୀୟସୀ ମାଆ ମୋର ।
