Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kartik chandra panda

Inspirational

3  

Kartik chandra panda

Inspirational

ସତ୍ୟ, ଶାନ୍ତି, ଦୟା, କ୍ଷମା

ସତ୍ୟ, ଶାନ୍ତି, ଦୟା, କ୍ଷମା

1 min
172



ଦୁର୍ଲଭ ମଣିଷ ଜନମ ପୁଣ୍ୟ ବଳେ ମିଳଇ

ବୁଦ୍ଧି ବିବେକ ରେ ସକଳ ଜୀବେ ଶ୍ରେଷ୍ଠ ବୋଲାଇ

ସତ୍ୟ, ଶାନ୍ତି, ଦୟା, କ୍ଷମା ର ଗୁଣେ ସେ ବଳବାନ

ସେ ଗୁଣ ବଢାଏ ଗାରିମା ବ୍ୟକ୍ତି ହୁଏ ମହାନ

ସତ୍ୟ ରେ ଚାଲିଛି ସଂସାର ସତ୍ୟ ପଥେ ଯେ ଚାଲେ

ଯମ ବାଧା ତାକୁ ଲାଗେନା ସୁଖ ଲଭଇ ଭଲେ 

ସତ୍ୟ ମାର୍ଗ ଅନୁସରଣ କରେ ଭବେ ଯେ ନର

ଶାନ୍ତି ପ୍ରାପ୍ତ ହୁଏ ଜୀବନେ ସୁଖେ ବିତେ ସଂସାର

ଅଶାନ୍ତି ଦୁଃଖର କାରଣ ଦେବା ଉଚିତ ନୁହଁ 

ଶାନ୍ତି ଦୂର କରେ କଷଣ ହସ ଫୁଟଇ ମୁହଁ 

ଦୟା ଗୁଣ କେଡେ ମହାନ ବ୍ୟକ୍ତି କଲେ ଧାରଣ

ଦୟା ଭାବ ଥିଲେ ହୃଦୟେ ପାଏ ଯଶ ସମ୍ମାନ

କ୍ଷମା ଠାରୁ ବଡ଼ ସମ୍ପଦ ନାହିଁ କିଛି ମହୀରେ

କ୍ଷମା କଲେ କ୍ଷମା ମିଳଇ ଏହା ସତ୍ୟ ସଂସାରେ

ସତ୍ୟ, ଶାନ୍ତି, ଦୟା, କ୍ଷମା ର ଅବତାରୀ ପୁରୁଷ

ମୋହନରୁ ହେଲେ ମହାତ୍ମା ଯା'ର ଗାଉଛି ଯଶ

ସତ୍ୟ ରେ ଚାଲିଲେ ଶାନ୍ତି ତ ଆପେ ଆପେ ମିଳଇ

ଦୟା, କ୍ଷମା ଗୁଣେ ଭୂଷଣ ପୁଣି ସେହୁ ହୁଅଇ

ଏହି ଚାରି ଗୁଣ ଥିଲେ ହୃଦରେ ବ୍ୟକ୍ତି ହୁଏ ତେଜସ୍ୱୀ 

ବଢ଼ଇ ତାଙ୍କ ର ଗାରିମା ହୋଇଥାଏ ଯଶସ୍ବୀ ।


       


Rate this content
Log in

Similar oriya poem from Inspirational