STORYMIRROR

Kartik chandra panda

Fantasy

4  

Kartik chandra panda

Fantasy

ଶୀତ ପାଇଁ ଗୀତ ଟିଏ

ଶୀତ ପାଇଁ ଗୀତ ଟିଏ

1 min
9


ଶୀତ ମୋହର ବଡ଼ ମିତ

ତାପାଇଁ ଲେଖୁଛି ମୁଁ ଗୀତ

ଶୀତ ରେ ଭାରି ମଜା ଲାଗେ

ଖରା କାଟେନା ଶୀତ ଲାଗେ

ବରଷା ନଥାଏ ଏ ମାସ

ତେଣୁ ମନରେ ଥାଏ ହସ

ଶୋଇବା ଶାନ୍ତି ମିଳେ ଯେତେ

ଭ୍ରମଣେ ସୁଖ ଥାଏ ସେତେ

ଶୀତ ର ସ୍ପର୍ଶ ପାଇ ଦେହ

ହୁଅଇ ଶୁଷ୍କ ମରୁ ପ୍ରାୟ

ଫାଟଇ ଗୋଡ଼ର ଗୋଇଠି

ଜଳ ବିହୁନେ ଯେହ୍ନେ ମାଟି

ବିବର୍ଣ୍ଣ ଦିଶଇ ଶରୀର

ପରାୟେ ଦିଶଇ ଧୁସର

ସକାଳ ଦିନକର କର

ସ୍ପର୍ଶରେ ଲାଗଇ ମଧୁର

ସାଙ୍ଗ ସାଥୀ ଏ ହୋଇ ମେଳି

ସେକନ୍ତି ଦେହ ନିଆଁ ଜାଳି

ଶୀତ ବସ୍ତ୍ର ର ପ୍ରୟୋଜନ

ଦିବା ରଜନୀ ଆଚ୍ଛାଦନ

ରାତ୍ରିରେ କମ୍ବଳ ଘୋଡାଇ

ଶୟନେ ସୁଖ ମିଳିଥାଇ

ରାତିରେ ପଡ଼ଇ ଶିଶିର

ଝଟକେ ଯେହ୍ନେ ହୀରା ହାର

ପିନ୍ଧିଛି ପ୍ରକୃତି ସୁନ୍ଦରୀ

କିବା ବର୍ଣ୍ଣିବି ଶୋଭା ଶିରୀ

କୁହୁଡି ଆଚ୍ଛାଦିତ ଧରା

ରାତ୍ରିର ଭ୍ରମ ହୁଏ ପରା

ଧାନ ଫସଲ ପାଚି କ୍ଷେତ

କୃଷକ ମନ ଆନନ୍ଦିତ

ସୋରିଷ କ୍ଷେତକୁ ଅନାଇ 

ଖୁସିରେ କୃଷକ ନାଚଇ

ଶୀତରେ ପାଳୁ ଯେତେ ପର୍ବ

ଓଡ଼ିଆ ସଂସ୍କୃତି ବୈଭବ

ପ୍ରଥମାଷ୍ଟମୀ, ବାଟ ଓଷା

ଶାମ୍ବ ଦଶମୀ, ଅମାବାସ୍ୟା

ମକର ସଂକ୍ରାନ୍ତି ପାଳନ

ଅତି ପବିତ୍ର ସେହି ଦିନ

ସବୁ ଋତୁ ଙ୍କ ମଧ୍ୟେ ଶୀତ

ସବୁଠୁଁ ଦେହ ପାଇଁ ହିତ

ତେଣୁ ଆମର ଶୀତ ମିତ

ଆନନ୍ଦେ ଗାଇବା ତା ଗୀତ ।।


Rate this content
Log in

Similar oriya poem from Fantasy