Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalandi pal

Inspirational

3  

Kalandi pal

Inspirational

ଏମିତି ଦ୍ଵୀପଟେ କାହିଁ

ଏମିତି ଦ୍ଵୀପଟେ କାହିଁ

1 min
195



ଏମିତି ଦ୍ଵୀପଟେ କାହିଁ, ବରୁଣ ନିତି ଜଗଇ

ସେ ଦ୍ଵୀପ ମହିମା ନାହିଁ ତ ତୁଳନା

    ମହାନଦୀ ଗର୍ଭେ ଥାଇ

ବିଜେ ତ ଭୋଳାଶଙ୍କର,ନାମ ଯା ଧବଳେଶ୍ଵର

ସର୍ବାଙ୍ଗରେ ଯାର ବିଜୁଳି ଚମକେ

    ଆଶିଷର ଗନ୍ତାଘର

ସେହି ଆଶିଷକୁ ପାଇଗଲେ ଥରେ

ଜୀବନଟି ଧନ୍ୟ ହୁଏ ଏ ସଂସାରେ

   ବୈକୁଣ୍ଠ ପ୍ରାପ୍ତ ହୁଅଇ ।


ଆଜି ପରି ଦିନ ନାହିଁ, ଦେଖି ଯିବା ଚାଲ ସହି

କାର୍ତ୍ତିକ ମାସରେ ଶୁକ୍ଳ ତ୍ରୟୋଦଶୀ

     ବଡ ଓଷା ନାମ ଏହି

ନଉକାରେ ହେବା ପାରି,ପୋଲଟି ପଥ ସଙ୍ଖାଳି

ଭକତି ଆଞ୍ଜୋଳି ପାଦ ତଳେ ଢାଳି

    କରିବା ପାଶେ ଗୁହାରି

ସେହି ପାଦ ତଳେ ଶରଣ ପଶିଲେ

ପୁଣ୍ୟ ମିଳିଥାଏ ପାପ ବଦଳରେ

    ତା ପରି ଦିଅଁ କେ ନାହିଁ ।




Rate this content
Log in

Similar oriya poem from Inspirational