Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalandi pal

Inspirational

3  

Kalandi pal

Inspirational

ସ୍ବଚ୍ଛ ଅଭିଯାନ

ସ୍ବଚ୍ଛ ଅଭିଯାନ

1 min
186



ଦିଲ୍ଲୀରୁ ସ୍ଲୋଗାନ     ସ୍ୱଚ୍ଛ ଅଭିଯାନ

      ସାମିଲ ନେତା ଜନତା

ସ୍ଵଚ୍ଛତାରେ ସିଏ     ହାସ୍ୟାସ୍ପଦ ହୁଏ

      ପ୍ରଚାର ହୁଏ ବାରତା ।


ସ୍ୱଚ୍ଛକୁ ଅସ୍ଵଚ୍ଛ     କରିବାରେ ଦକ୍ଷ

    ସଦା ତୁମେ ନେତା ଗଣ

ଅଳିଆ ଫିଙ୍ଗିବା    ପୁଣି ଓଳାଇବା

     ଖାଲି ଫଟୋ ଅଭିଯାନ ।


ଅନ୍ତରେ ଅଳିଆ    ମାରୁଥାଏ ଡିଆଁ

     ଉପର ଭାରି ଚିକ୍କଣ

ଲୋକ ଦେଖାଣିଆ  କାମ କରି କିଆଁ

     ହରାଅ ନିଜ ସମ୍ମାନ ।


ଘରର ଅଳିଆ    କରେ ଦେବାଳିଆ

     ବାହାରକୁ ଟାଣ ପଣ

ନିଜେ ହେଲେ ସ୍ୱଚ୍ଛ   ରହିଥିବ ଦଛ

     ବଢ଼ିବ ସିନା ସମ୍ମାନ ।


ଦୁଃଖୀରଙ୍କି ଧନ   କରୁଛ ଶୋଷଣ

     ପେଟରେ ହୁଏ ହଜମ

ବାହାର ଅଳିଆ   ନୁହେଁ ତା' ଭଳିଆ

     ଭ୍ରମରେ ହେଉଛ ଭ୍ରମ ।


ଜଳ ହିଁ ଜୀବନ     ବିନା ତ୍ରିଭୁବନ

    ହୋଇଯାଏ ମରୁଭୂମି

ନଦୀ ନାଳ ପାଣି  ବିଷାକ୍ତ ହେଲେଣି

    ଛାଡ଼ି ବର୍ଜ୍ୟ ବସ୍ତୁ ପୁଣି ।


ସ୍ୱଚ୍ଛ ପରିବେଶ    ବୃକ୍ଷର ପ୍ରଶ୍ୱାସ

    ହାଣି କରୁଥାଅ ପଦା

ଛାଞ୍ଚୁଣି ହଲେଇ   ଅଳିଆ ଓଳେଇ

   ଖୋଜୁଥା ସ୍ୱାର୍ଥର ଗୋଦା ।



Rate this content
Log in

Similar oriya poem from Inspirational