STORYMIRROR

Nalini kanta Padhi

Inspirational Others

3  

Nalini kanta Padhi

Inspirational Others

ଶୀତ ଓ ମଣିଷ

ଶୀତ ଓ ମଣିଷ

1 min
147

ଜୀବନ, ଶୀତରେ

ନିଆଁ ପାଖେ ପାଖେ

କହୁଛି ଗଳ୍ପ ଓ କବିତା

ଜଳ ପାଲଟିଯାଇଛି

ଶତ୍ରୁ,ମହା ଶତ୍ରୁ

ଆଉ କବି

ରେଜେଇ ଭିତରେ

ଉଷୁମାଉଛି ଜନ୍ମଇବାକୁ

ଏକ ନୂଆ କବିତା ll


ହଁ, ଏବେ

ଘର କି ବାହାର କହିଲେ

ଗୋଟାଏ ନିଆଁ ଜଳା କଥା

ଗୋଟାଏ ସ୍ବପ୍ନମୟ ବିବଶତା??


ଗରିବ ମୁଣ୍ଡରେ ଏବେ

ଧାନ ବିଡ଼ା ବୋଝ

ଧନୀର ଗଦି ଉପରେ

ରଙ୍ଗୀନ ରଙ୍ଗ ମହଲ

ଆଉ ମଝି ବାଟ ଚାଲୁଥିବା

ମଧ୍ୟବିତ୍ତ

ସବୁ ଅଦେଖା ଜଞ୍ଜାଳ ମୁଣ୍ଡେଇ

ଚାଲୁଛି ବାଟ

କିପରି,ମଣିଷ

ନିଜକୁ ନିଜେ ତିଆରିଛି

ଚଲା ବାଟରେ

ବିରାଟ ଗର୍ତ୍ତ ??


ହଁ, ଏବଂ ବୋଧେ

ଶୀତ କମି କମି ଆସିବାର ବେଳ

ଦେଖା ଯାଉ କଣ ହେଉଛି ଆଗକୁ??



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational