ପ୍ରକୃତି ଓ ଆମେ
ପ୍ରକୃତି ଓ ଆମେ


ଶୀତ ଗୀତ ଗାଇ
ନାଚି ନାଚି ଫେରିଯାଉଛି
କୁଆଡେ??
ଆମ୍ବ ବଉଳ ଗଛରେ
ପେନ୍ଥି ପେନ୍ଥି ଝୁଲିଝୁଲି
ଖେଳୁଅଛି ଦୋଳି l
କବି, ଲେଖୁଛି କବିତା
ବସନ୍ତର ଶୁଭ ଆଗମନରେ l
ହଁ, ଏବେଏବେ
ଆମଦେଶକୁ
କରୋନା ଫେରିଛି
ସବୁଠି ଧୀରେ ଧୀରେ
ଆତଙ୍କର ଛାଇ ll
ଜୀବନ, ଲାଗୁଛି ପିତାପିତା
ନିରସ ଓ ସ୍ୱାଦହୀନ
ବସନ୍ତ ଆସିଲେ ବି
ମନରେ ନାହିଁ ଆଉ ମାଦକତା l
ପରିବେଶରେ ଏ କି ବିଭ୍ରାଟ ??
କାହା ଲାଗି ବିପର୍ଯ୍ୟସ୍ତ ଜୀବନ ସକଳ??
ଆସ, ଏବେ ସଭିଏଁ
ପ୍ରକୃତିକୁ ଭଲ ପାଇବା
ପ୍ରକୃତି ସହ ମିଶି
ପୃଥିବୀକୁ ସୁନ୍ଦର କରିବା l