STORYMIRROR

Nalini kanta Padhi

Inspirational Others

3  

Nalini kanta Padhi

Inspirational Others

ଶୀତ ଓ ସ୍ମୃତି

ଶୀତ ଓ ସ୍ମୃତି

1 min
223

ଶୀତ ଓ ଶହେ ସ୍ମୃତି

ଜୀବନକୁ ଉଲ୍ଲସିତ କରେ

ଭଲ ପାଇବାର ନଜର ଭିତରେ

ଅଜଣା ବନ୍ଧନରେ ବାନ୍ଧେ

ଆଖିରେ ଅନେକ ଢେଉ ଖେଳେ 

ବାହାରେ ମାୟା ସମୁଦ୍ର ପ୍ରହେଳିକା ରଚେ 

ଛଳନାର କୁହେଳିରେ ଜୀବନ ଜଳେ ll

ଜାକିଜୁକି କେତେଦିନ ଆଉ ଅପେକ୍ଷା କରିବ

ପରୀକ୍ଷା ଦେବ ବରାବର

ସବୁତ ସମୟର ଖେଳ

ଖେଳ ଗୁଡିକ ବାନ୍ଧିରଖେ ମନ

ମନରେ ଅନେକ ଅକୁହା କଥା ଜନ୍ମେ

ଜନ୍ମଜନ୍ମୁ ପୁନଶ୍ଚ ମାୟା କୁହେଳିରେ ହଜେ

ଆଶ୍ଚର୍ଯ୍ୟର ଆଖି ବୁଝିପାରେନି ରହସ୍ୟମୟ ଖେଳ

ଖେଳରେ ଖେଳରେ ବିତିଯାଏ ଜୀବନ

ସ୍ମୃତି ସବୁ ଚଳଚ୍ଚିତ୍ର ପରଦାରେ

ଅବିଶ୍ରାନ୍ତ ନାଚେ ଯେ ନାଚେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational