Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalandi pal

Inspirational

3  

Kalandi pal

Inspirational

ଭୁବନେଶ୍ବରରେ ଭିକାରୀ ଶୂନ୍ୟ

ଭୁବନେଶ୍ବରରେ ଭିକାରୀ ଶୂନ୍ୟ

1 min
108



ପେଟକୁ ଚାଉଳ    ମୁଣ୍ଡେ ପକ୍କା ଚାଳ 

    ବିଦ୍ୟାଳୟେ ପାଠପଢ଼ା

ଡ୍ରେସ୍ ସାଇକେଲ     ମଧ୍ୟାହ୍ନ ଆହାର 

    ଲାପଟପ୍ ଥୋଡ଼ା ଥୋଡ଼ା

   ପୁଣି, ଡାକ୍ତରଖାନାକୁ ଭଡ଼ା

ଦେବାକୁ ପଡୁନି    ଶହେ ଆଠ ପୁଣି

    ମହାପ୍ରୟାଣରେ ମଢ଼ା ।


ମାଗଣା ଔଷଧ    ସବୁଠି ମିଳେ ତ

    ସ୍ୱାସ୍ଥ୍ୟ କାର୍ଡ ତାହା ସାଥେ

ଭୂମି ହୀନ ଏଠି    ପାଆନ୍ତି ପଟ୍ଟା ଟି

    ବରିଷ୍ଠ ଭ୍ରମଣ ପଥେ

   ଜନ୍ମ, ହେବାଠୁ ଜୁଇ ପର୍ଯ୍ୟନ୍ତେ

ଯୋଜନାରେ ବନ୍ଧା  ଏ ଜୀବନ ସଦା

    ଅଭାବ ଘୁଞ୍ଚୁନି ସତେ ।


ବିପିଏଲ ଏଠି       ଦିନୁ ଦିନ ବୃଦ୍ଧି

    ଭିକାରୀ ଯେ ମାଳ ମାଳ

ଗାଆଁ କୋଣ ରାଜା ହେଲେ ହୀନ ପ୍ରଜା 

    ପା'ନ୍ତି ଟଙ୍କାକେ ଚାଉଳ

   ଏଠି, ଯା'ର ନାହିଁ ଥଳକୁଳ

କିଏ ବା ଶୁଣୁଛି    ତାହା କଥା ଏଠି

    ସିଏ ଧରେ ଭିକ୍ଷା ଥାଳ ।


ରାଜଧାନୀ ହେବ  ଭିକାରୀଙ୍କ ଶୂନ୍ୟ

     ସରକାର କଲେ ନିୟମ

କରୁଛ ବିକାଶ     ହିସାବ ନିକାଶ

     ବିକାଶର ଏହି ଚିହ୍ନ

  ଏଠି, ଭିକାରୀ ଯେ ପଣ ପଣ

ବିକାଶେ କଳଙ୍କି   ଭିକାରୀଏ ଆଙ୍କି

     କ୍ଷୁର୍ଣ୍ଣ ତୁମ ସ୍ଵାଭିମାନ ।


ଧରିଛି ଭିକାରୀ    ହାତେ ଭିକ ଥାଳି

     ରହସ୍ୟ ବୁଝ ତାହାର

ଯୋଜନା ଠାରୁ ସେ ଛନ୍ତି କେତେ ଦୂରେ

     ନୁହଁନ୍ତି ବୋଝ ତୁମର

  କାହିଁ, ତୁଚ୍ଛାରେ କର ସମର

କଲେ ଥଇଥାନ  ବଳେ ହେବ ଶୂନ୍ୟ

    ଓଡ଼ିଶା ହେବ ସଫଳ ।


Rate this content
Log in

Similar oriya poem from Inspirational