Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalandi pal

Inspirational

3  

Kalandi pal

Inspirational

ଗୀତା ମାହାତ୍ମ୍ୟ

ଗୀତା ମାହାତ୍ମ୍ୟ

1 min
128



   ଶାସ୍ତ୍ର ମଧ୍ୟେ ଶ୍ରେଷ୍ଠ   ଗୀତା ଭାଗବତ

   ଶ୍ରୀ କୃଷ୍ଣଙ୍କ ମୁଖ    ନିଃସୃତ ବାଣୀ ତ 

      ବ୍ୟାସଦେବ ମୁନି ଶ୍ରେଷ୍ଠ

   ରଚନା କରିଲେ    ଅଠର ଅଧ୍ୟାୟେ

      ଅଠର ଯୋଗ ବିଶିଷ୍ଟ ।


  ସାତ ଶହ  ପଇଁଚାଳିଶି  ଶ୍ଳୋକରେ

  କର୍ମ,ଭକ୍ତି,ଜ୍ଞାନ   ଯୋଗ ବିଭାଗରେ

       ଗ୍ରନ୍ଥଟି ଅଟେ ସଂପୂର୍ଣ୍ଣ

  ନିତି ପାଠ କଲେ    ନିର୍ମଳ ଚିତ୍ତରେ

       ମିଳିଥାଏ ଦିବ୍ୟଜ୍ଞାନ ।


  ଆଦ୍ୟ ବିଭାଗଟି   କର୍ମ ଯୋଗ ସିନା

  ଛଅ ଅଧ୍ୟାୟରେ    ହୋଇଛି କଳନା

      ଜୀବନରେ କର୍ମ ଶ୍ରେଷ୍ଠ

  ଶ୍ରେଷ୍ଠତା ବିଚାରି    ଶ୍ରେଷ୍ଠ ନିଏ ବରି

      ଈଶ୍ୱର ହୋନ୍ତି ସନ୍ତୁଷ୍ଟ ।


  ଦ୍ଵିତୀୟ ବିଭାଗ   ଅଟେ ଭକ୍ତି ଯୋଗ

  ସପ୍ତମ ଅଧ୍ୟାୟୁ     ଦ୍ୱାଦଶର ଭାଗ

       ଶ୍ରୀ ଚରଣେ ସମର୍ପିତ

  ପ୍ରତି କ୍ଷଣେ ଦଣ୍ଡେ   କୃଷ୍ଣ ନାମ ତୁଣ୍ଡେ

      ଅର୍ଜୁନଙ୍କ ସମ ଭକ୍ତ ।


  ବିଭାଗର ଶେଷ    ଜ୍ଞାନ ଯୋଗ ରସ

  ତ୍ରୟୋଦଶ ଠାରୁ    ଅଟେ ଅଷ୍ଟାଦଶ

      ଜୀବେ ଦୟା ବ୍ରହ୍ମଜ୍ଞାନ

  ପ୍ରତ୍ୟେକ ଆତ୍ମାରେ କୃଷ୍ଣ ଯେ ସୂକ୍ଷ୍ମରେ

      ଦିବ୍ୟ ଜ୍ଞାନେ ତାକୁ ଚିହ୍ନ ।



Rate this content
Log in

Similar oriya poem from Inspirational