Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Panchanan Jena

Inspirational

3  

Panchanan Jena

Inspirational

ମୁକ୍ତି ମାର୍ଗ

ମୁକ୍ତି ମାର୍ଗ

1 min
7



ଏକାନ୍ତ ବେଳାରେ ଚୌକିରେ ବସି

ଖରା ପିଠିଆ ଭାବେ ହସି ହସି

ଖୁବ୍ ଆଶ୍ଚର୍ଯ୍ୟ -ଚକିତ ଲାଗେ କାଶି

କହିବାକୁ ତୁଣ୍ଡ ଆଉଡ଼େନି ଅଳପ ବେଶି 


ପଞ୍ଚତତ୍ତ୍ଵରେ ଗଢିଲେ ବିଧାତା ମଣିଷ

କ୍ଷିତି- ଅପ୍ - ତେଜ - ମରୁତ - ବ୍ୟୋମ ଶେଷ

ଖଞ୍ଜିଦେଲେ ମୁଣ୍ଡ-ମସ୍ତିସ୍କ ଅଙ୍ଗ

ଦିଶେ ସିନା ବାହାରୁ

କପାଳ ଉପରୁ

ମୁକୁଟ - କୀରିଟ ଚାରୁ

ଦିଶେନି ଖପୁରି ଭିତରୁ

ସର୍ବସାର ମସ୍ତିସ୍କ ଶ୍ରୀଅଙ୍ଗ ।


ଭାରି ହୁକୁମାଡି ଚଳାଏ

ମୁଣ୍ଡକୁ ତୁଣ୍ଡ ସହିତ

ବୁଦ୍ଧିକୁ ବିଚାର ମୋହିତ

ଆଚାରକୁ ବ୍ୟବହାର ସମ୍ମିହିତ

ଦୟାକୁ କରୁଣା ପ୍ଳାବିତ

ବିଦ୍ୟୁତ ସହିତ ତାର ପରି

ସଂଯୋଗ କରୁଥାଏ ଅନଙ୍ଗ ଅନ୍ତରଙ୍ଗ ।


ମୁଣ୍ଡ ଗରମ ହେଲେ ସରିଲା ଜାଣ

କଥା କଥା କେ କଳହ ବଜ୍ରବାଣ

ଥଣ୍ଡା ହୋଇଲେ ମନ-ମତି-ବ୍ୟୁତ୍ପତ୍ତି

ସମସ୍ୟା ସମାଧାନ ସୂତ୍ର ହୁଏ ଉତ୍ପତ୍ତି 


ଅନ୍ୟର ମୁଣ୍ଡ ଖାଇଲେ ଚାଟିଲେ ଅକାରଣେ

ତୁ ତୁ ଗେଁ ଗେଁ ରେ ଗର୍ଜିଲେ ବାକ୍ୟ ବାଣେ

ଖଣ୍ଡଯୁଦ୍ଧର ହୁଁକାର ଶୁଭୁଥାଏ ଆପଣା ମଣେ

କେବେ କେବେ ରକ୍ତପାତ ଯୋଗଥାଏ ବନ୍ଧୁ ଆପଣେ

ନିଜର ବି ବ୍ୟାଣ୍ତ ବାଜୁଥାଏ ଅନ୍ୟ ହାତରେ କ୍ଷଣକୁ କ୍ଷଣେ


ମୁଣ୍ଡ ବିନ୍ଧିଲେ ବେଳେ ବେଳେ

 ଫାଟି ଯିବାର ଆଶଙ୍କା ହେଲେ

 ବିଦ୍ୟା -ବୁଦ୍ଧିର ଅଙ୍କରୋଦଗମ୍‌ ବନ୍ଦ ହୋଇଗଲେ

ନୂଆ ସମ୍ଭାବନାରେ ନୂତନ ଦ୍ଵାର ଖୋଲିଗଲେ 

କୃତ୍ତିତ୍ଵ ଆଞ୍ଜୁଳା ଆଞ୍ଜୁଳା ଖସିପଡ଼େ

ହାତ ପାଆନ୍ତାରେ ହାଉଲେ ଭଲେ


ମୁଣ୍ଡରେ ପୋକ ଚରିଗଲେ

 ହଲି ଦୋହଲି ଗଲେ

ସମସ୍ୟା ଝୁଲରେ ତାତି ଗଲେ

ସମ୍ଭାଳିବ କିଏ ବା କୁହ

ତୋର ଦିନେ କୁ ମୋର ଦିନେ

ମାରିବ ନୋହିଲେ ମରିବ

ଖାତିର ରୁହେନା ବୁଦ୍ଧି ବିଚାର କରି

ସବୁ ଭରଣ ରକ୍ଷଣ ଜୟ ନରହରି ।


ମୁଣ୍ଡ ବିହିନ କାଣ୍ଡ କାରଖାନା

ତୁଣ୍ଡ ତାଣ୍ଡବ ରଚନ୍ତି ନାନି-ନନା

ଦାଣ୍ଡରେ ଗଡି ହାଟରେ ପଡ଼ି

ଜଳି ପୋଡି ପାଉଁଶ ହେଲାଣି

ଖାଣ୍ଡବ ବନର ଗାଣ୍ଡିବ ବାନା


ମୁଣ୍ଡକୁ ଥଣ୍ଡା ରଖିଲେ ସମସ୍ୟା ରହିତ ଜୀବନ

ମନ-ମଗଜରେ ଗଜୁରିବ ସୁନେଲି ସୋପାନ

ସମାଧାନର ସୂକ୍ଷ୍ମ ରାସ୍ତା ମିଳିବ ଅବଲମ୍ବନ

ତେଲ ଲୁଣର ଜଞ୍ଜାଳରୁ ମୁକ୍ତିମାର୍ଗ ଲେଲିହାନ ।


Rate this content
Log in

Similar oriya poem from Inspirational