ଵିଧିର ବିଧାନପ୍ରଣତି ଜେନା
ଵିଧିର ବିଧାନପ୍ରଣତି ଜେନା
ଜୀବନ ର ସତ୍ୟ ନୁହେଁ ଚିରନ୍ତନ
ଆୟୁଷ ତ ଅଟେ କ୍ଷୀଣ,
ଆସିଛ ଫୁଙ୍ଗୁଳା ଯିବ ବି ସଜ୍ଜନ
ଏତ ଵିଧି ର ବିଧାନ....
ପଞ୍ଚଭୂତେ ଏଇ ଶରୀର ଛାରଖାର
ବେଳଥାଉ ହୃଦେ ହେଜ,
କୃପାମୟ କୃପା ଜନ୍ମ ଏ ମହୀର
ସୁକର୍ମେ ନିଜର ତେଜ......
ସଂସାର ଅସାର ନିୟତି ର କ୍ରମ
ଆଜି ଅଛି କିଏ କାଲି,
ଯେତେ ଦିନ ଥିବ ସୁଖର ଆଶ୍ରମ
ପ୍ରଭୁ ପଦେ ଲୟ ତୋଳି...
ଛନ୍ଦ, ମାୟା ଏଠି ପାଶ ନ ଆସିବ
ଜୀବନ ଯେ କ୍ଷଣସ୍ଥାୟୀ,
ବୃଥା ଭାବନା ରୁ କି ଭାବ ଲାଗିବ
ଦୁଃଖ ଯାହା ସାର ହୋଇ....
ସଂସାର ଆଗମ, ନିଗମ ଚେତନl
ସବୁକିଛି ସମର୍ପଣ,
ଦୁଃଖ, ସୁଖ ସବୁ ଇଚ୍ଛା ର ଭାବନା
ଲୟ ଶ୍ରୀ ପଦେ ଅର୍ପଣ....