ହୋଲି
ହୋଲି
ବରଷକେ ଥରେ ଆସିଛି ହୋଲି
ଆସରେ ମିତ ଖେଳିବା ହୋଲି
ସାତ ସୁରରେ ସାତ ରଙ୍ଗ ବନ୍ଧା
ଏହି ଆମର ହୋଲି
ପର ଆପଣା ଭେଦଭାବ ଭୁଲି
ଆସରେ ଖେଳିବା ହୋଲି
ପ୍ରେମ ର ପ୍ରତୀକ ଏହି ପରବ ହୋଲି
ମନ ଭିତରେ ଉଲ୍ଲାସ ଦିଏ ଭରି
ରାଧା କୃଷ୍ଣ ଝୁଲଣ ଝୁଲନ୍ତି
ରତ୍ନ ଦୋଳିରେ ବସି
ତାଙ୍କରି ଯୋଡ଼ିକୁ ଦେଖିଲେ ଥରେ
ମନ ହୋଇ ଥାଏ ଖୁସି
ଜାତି ଭେଦ ଭୁଲି
ଆସରେ ଖେଳିବା ହୋଲି
ପର ଆପଣା ସବୁ ଭୁଲି ଯାଇ
&n
bsp; ମାରିବା ଚାଲ ପିଚକାରୀ
ହୋଲି କୁ ନେଇ କେତେ ଆଡେ
ଲାଗିଛି ତ ମେଳା
ଯୁଆଡ଼େ ଦେଖ ଲୋକ ଗୁଡାକ
ହେଉଛନ୍ତି ଠେଲାପେଲା
ଢୋଲ ମହୁରୀ ଶଙ୍ଖ ବାଜାରେ
ପ୍ରଭୁ ବୁଲନ୍ତି ନିଅନ୍ତି ସଭିଏଁ ମଜା
କ୍ଷିିିରି ପୁରି ଚଣା ଲଡୁ
ଆସ ଖାଇବା ଖଜା
ଶାନ୍ତି ମୈତ୍ରୀ ଆନନ୍ଦ ଉଲ୍ଲାସ
ହାସ୍ୟ ର ଫଲ୍ଗୁ ଧାରା
ଆସରେ ମିତ ଏକାଠି ହୋଇ
ବାଣ୍ଟିବା ଶାନ୍ତି ର ଧାରା