ନବନ୍ମେଷ
ନବନ୍ମେଷ
ତଥାପି କାୟା ବିସ୍ତାରୁଛି ମାୟାବିନୀ ,
ଉତ୍କଟ ନବଗ୍ରହ କୂଟ,
ରୋଗ ଦୁଃଖ ଅନ୍ଧକାର ସଂକ୍ରମଣ
ବିକଟ ଏ
କରୋନା ସଙ୍କଟ ।
ବନ୍ଦ ଗୃହେ ଆବୃତ୍ତ ମୁହଁ ନାକ,
ବୃତ୍ତି ହୀନ ଅପୋଷ କୁଟୁମ୍ବ,
ନାଥ ତୁମେ ଅକାଳ ଅବେଳେ
ଜଗତର କର ପରିତ୍ରାଣ ।
ଜୟ ଘୋଷେ ଚଳୁ ନନ୍ଦିଘୋଷ ,
ଜଡ଼ ପ୍ରାଣେ ହେଉ ଜୀବନ୍ୟାସ
ମାଟି ମା' ସବୁଜିମା
ଇନ୍ଦ୍ର ନୀଳ ସୁନ୍ଦର ଛବିରେ
ଫୁଟୁ ମଧୁହାସ ,
ପୁଣ୍ୟ ଦିବ୍ୟ ଆଲୋକରେ
ଜୀବନର ହେଉ ନବନ୍ମେଷ ,
ସତ୍ୟ ଶାନ୍ତି ନିରାମୟ ମୁକତି ଆନନ୍ଦେ
ପ୍ରସ୍ଫୁଟିତ ହେଉ ଭାବୋଚ୍ଛ୍ୱ।ସ।
କାଳବକ୍ଷେ ସ୍ୱର୍ଣ୍ଣାକ୍ଷରେ ଲିପିବଦ୍ଧ
ହୋଇରହୁ ନୂଆ ଇତିହାସ,
ମୃତୁଞ୍ଜୟୀ ଜ୍ଞାନ ବୀର
ଏ ମାଟି ମଣିଷ,
ଅତୁଲ୍ୟ ମହାନ ଅଟେ ମୋ ଦେଶ
ଧନ୍ୟ ସ୍ୱର୍ଣ୍ଣପ୍ରସୂ ଭୂମି
ମୋ ଭାରତବର୍ଷ ।
ନୀଳଚକ୍ର ନୀଳାକ୍ଷର ଫରଫର ତ୍ରିରଙ୍ଗାରେ
ଯଶ ତୋର ଦୀପ୍ତିମାନ
ଅକ୍ଷୁର୍ଣ୍ଣ ଉତ୍କର୍ଷ ।।
.......