ଜୟ ଜୀବନ
ଜୟ ଜୀବନ
ମହାନୁଭବ ହେ ମହାନ କରଣ
ହୃଦୟେ ଭରିଛ ଷୋହଳ କଳା
ନିଇତି ଭୁଞ୍ଜୁଛ ଷାଠିଏ ପଉଟି
ଶ୍ରୀ ନଅରେ ହୋଇ ଏକୋଇ ବଳା ।
ମତ୍ତ ଗଜ ପରି ହଲି ଝୁଲି ଚାଲି
କରୁଛ ମଉଜେ ଦେବ ସ୍ନାହାନ
କାନ୍ଦୁଛି ଭକତ ଘରେ ବଡ଼ଦାଣ୍ଡେ
ନ ଶୁଣ କାହିଁକି ହେ ଭଗବାନ ।
ଅସ୍ତିତ୍ବ ତୁମର ପ୍ରଶ୍ନବାଚ୍ଚୀ ଆଜି
ସଂସାର ଅସାର ଅରାଜକ
ମିଛ ମାୟା ମୋହେ ଆଚ୍ଛନ୍ନ ମଣିଷ
ଲୋଭଗ୍ରସ୍ତ ବଡ଼ ଅଲାଜୁକ ।
ତୁମ ଦୁଆରରେ ହାତୀ ଘୋଡା ସିଂହ
ଆରକ୍ଷୀ ବିଜୟ ଜୟ ପହରା
ମାଛି ପଡ଼ିଗଲେ ହୁଏ ନବଖଣ୍ଡ
କାଇଦା ଅଜବ ଝୁଲୁଛି ତାଲା ।
ନାମ ବହିଅଛ&nbs
p; ଶ୍ରୀ ଜଗନ୍ନାଥ
ଶ୍ରୀ କ୍ଷେତ୍ର ବୈକୁଣ୍ଠେ କରୁଛ ଲୀଳା
ଭୋକରେ ଗରୀବ ମରୁଛି କାହିଁକି
ଆଖିରୁ ଶୁଖୁନି ଶ୍ରାବଣ ଧାରା ।
ପୁରସ୍ତମ ଧାମେ ଚତୁର୍ଦ୍ଧାମୂରତି
ବିଜେ ମଣିରତ୍ନ ସିଂହାସନେ
ପହଣ୍ଡି ବିଜୟେ ଚଳେ ନନ୍ଦିଘୋଷ
ବସିଛ ନୀରବେ ଆଜି ମଉନେ ।
ତୁମେ କାଳାତୀତ ଅତୀତ ଭବିଷ୍ୟ
ସୁନ୍ଦର ସବୁଜ ବର୍ତ୍ତମାନ
ତୋ ବିନା କାଳିଆ ସାହା କିଏ ନାଥ
ଅରକ୍ଷ୍ୟ ଜୀବନ ମୂଲ୍ୟହୀନ ।
ସ୍ୱଚ୍ଛନ୍ଦେ ସ୍ୱସ୍ତିକେ ଆବର୍ତ୍ତୁ ସଂସାର
ଦୂର ହେଉ ରୋଗ ଦୁଃଖ ଭୟ
ରଥ ପଥ ଭବ ସ୍ୱଚଳ ଚଞ୍ଚଳେ
ଜୟ ଗାନ ହେଉ ଜୀବନର ।
......