STORYMIRROR

Bharatabandhu Biswal

Romance Fantasy Inspirational

4  

Bharatabandhu Biswal

Romance Fantasy Inspirational

ବଂଶୀବଟ

ବଂଶୀବଟ

1 min
8


ହୃଦତଟ ବଂଶୀବଟ ଆଜ ଦିଶେ ସଖୀ କି ଶୋଭାବନ

ଚର୍ଚ୍ଚିତ କୁଙ୍କୁମ ହରି ଭାଲପଟେ ମହକେ ବାସ ଚନ୍ଦନ। 

ନାଶି ଅନ୍ଧକାର ନିକୁଞ୍ଜ ସଦନେ

ଇନ୍ଦ୍ରଚାପ ସତେ ହୋଇଛି ଉଦେ

ପ୍ରକାଶଇ ଜ୍ଯୋତି ଶଶୀ ମଣ୍ଡଳରେ

ବାଜେ ରୁଣୁଝୁଣୁ ନୂପୁର ପାଦେ

କୁଟୀଳ କେଶରେ ମୟୂର ଚନ୍ଦ୍ରିକା

ଜିଣେ ମନପ୍ରାଣ ଚୂଳ ମୋହନ ।

ମଧୁର ଅଧରେ ମୃଦୁ ଦରହାସ

ଗଳେ କଉସ୍ତୁଭ ବନମାଳ

ଶୋହେ କଟୀତଟେ ବାସ ପୀତାମ୍ବର 

ଆଜାନୁଲମ୍ବିତ ବାହୁ ଯୁଗଳ

ସୁବର୍ଣ୍ଣ କଙ୍କଣ ମୂରଲୀ ମୋହନ

ତୋଳୁଛନ୍ତି ସ୍ବନ ରାଗ ପଞ୍ଚମ ।

ବହିଲାଣି ମୃଦୁ ମଳୟ ଅନିଳ

ଚୂତ ତରୁ ଡାଳେ ରାବେ କୋକିଳ 

ରମ୍ୟ ବଂଶୀବଟେ ଲାବଣ୍ୟ ସୁନ୍ଦର 

କୃଷ୍ଣ ମଧୁକର କି ମନୋହର

ଶ୍ରୀଛନ୍ଦାଚରଣ ଅଭୟ ଆଶ୍ରୟେ

ଉତ୍କଣ୍ଠିତ ମନ ହୁଏ ଉଚ୍ଛନ୍ନ ।

   



Rate this content
Log in

Similar oriya poem from Romance