ଏ ଜୀବନେ କିଛି ମୂଲ୍ଯ ନାହିଁ
ଏ ଜୀବନେ କିଛି ମୂଲ୍ଯ ନାହିଁ
ଦେଖି ଦୋଷ ତ୍ରୁଟି ଦେଖାଇ ଅଙ୍ଗୁଷ୍ଠି
ସହଜ ସମାଲୋଚନା
ଜାଣେ ସିନା ସ୍ରଷ୍ଟା ଭାବର ମହତ୍ତ୍ବ
ରଚନା ପରିକଳ୍ପନା ।
ଆସଇ ସଭିଙ୍କୁ ସଜାଇ ସୂପାତି
ନିଦରେ ମାରି ଘୁଙ୍ଗୁଡ଼ି
ଅଟେ ସେ ମହାନ କରେ ଯିଏ ଶ୍ରମ
ପାରେ ଯେ ଝାଳ ନିଗାଡି ।
ନିଦରେ ଶୋଇକି ଦେଖିବା ସପନ
ହୁଏ ନାହିଁ କେବେ ସତ
ରଖେ ଜାଗରୁକ ଶୋଇ ଦିଏ ନାହିଁ
ଜୀବନ ସ୍ବପ୍ନ ପ୍ରକୃତ ।
ଦୁଃଖ ସଙ୍କଟରେ ପହଞ୍ଚି ପାଖରେ
କିିଛି ପୋଛି ଥାନ୍ତି ଲୁହ
ଲାଗେ ତାଙ୍କଠାରୁ ଅଧିକ ଆପଣା
ବୁଝେ ଯିଏ ଅନ୍ତଃକୋହ ।
ବଖାଣି ଆପଣା ବଡ ପଣିଆକୁ
ବଡ ହୁଏ ନାହିଁ କେହି
ଆଦର୍ଶ ନଥିଲେ ଏ ଜୀବନେ କିଛି
ପ୍ରକୃତରେ ମୂଲ୍ଯ ନାହିଁ ।
