STORYMIRROR

Bharatabandhu Biswal

Action Inspirational Others

4  

Bharatabandhu Biswal

Action Inspirational Others

ଏ ଜୀବନେ କିଛି ମୂଲ୍ଯ ନାହିଁ

ଏ ଜୀବନେ କିଛି ମୂଲ୍ଯ ନାହିଁ

1 min
12


ଦେଖି ଦୋଷ ତ୍ରୁଟି ଦେଖାଇ ଅଙ୍ଗୁଷ୍ଠି

ସହଜ ସମାଲୋଚନା

ଜାଣେ ସିନା ସ୍ରଷ୍ଟା ଭାବର ମହତ୍ତ୍ବ 

ରଚନା ପରିକଳ୍ପନା ।

ଆସଇ ସଭିଙ୍କୁ ସଜାଇ ସୂପାତି

ନିଦରେ ମାରି ଘୁଙ୍ଗୁଡ଼ି

ଅଟେ ସେ ମହାନ କରେ ଯିଏ ଶ୍ରମ

ପାରେ ଯେ ଝାଳ ନିଗାଡି ।

ନିଦରେ ଶୋଇକି ଦେଖିବା ସପନ

ହୁଏ ନାହିଁ କେବେ ସତ

ରଖେ ଜାଗରୁକ ଶୋଇ ଦିଏ ନାହିଁ

ଜୀବନ ସ୍ବପ୍ନ ପ୍ରକୃତ ।

ଦୁଃଖ ସଙ୍କଟରେ ପହଞ୍ଚି ପାଖରେ

କିିଛି ପୋଛି ଥାନ୍ତି ଲୁହ

ଲାଗେ ତାଙ୍କଠାରୁ ଅଧିକ ଆପଣା

ବୁଝେ ଯିଏ ଅନ୍ତଃକୋହ ।

ବଖାଣି ଆପଣା ବଡ ପଣିଆକୁ

ବଡ ହୁଏ ନାହିଁ କେହି

ଆଦର୍ଶ ନଥିଲେ ଏ ଜୀବନେ କିଛି

ପ୍ରକୃତରେ ମୂଲ୍ଯ ନାହିଁ ।

   



Rate this content
Log in

Similar oriya poem from Action