STORYMIRROR

Bharatabandhu Biswal

Tragedy Inspirational Others

4  

Bharatabandhu Biswal

Tragedy Inspirational Others

ଉପରେ ହସୁଛି ଭିତରେ କାନ୍ଦୁଛି

ଉପରେ ହସୁଛି ଭିତରେ କାନ୍ଦୁଛି

1 min
10


କୂପର ମଣ୍ଡୁକ ସଦୃଶ ମଣିଷ

ମଣଇ ନିଜକୁ ଶ୍ରେଷ୍ଠ ମହାନ

ଭାବେ ସେ କୂପଠୁ ନାହିଁ ବଡ କିଛି

ଏକା ସେ ବୁଦ୍ଧିଆ ଓ ଜ୍ଞାନବାନ ।

ଭାରି ହସ ଲାଗେ ଯେବେ ନରାଧମ

ପେଟେ ଭରି ଅହଂ ଗରଳ ସ୍ବାର୍ଥ 

ଜ୍ଞାନୀ ପଣ୍ଡିତଙ୍କୁ ମଣେ ନୀଚ୍ଚ ତୁଚ୍ଛ 

ହୁଙ୍କାପିଟି ବଳେ କରେ ନେତୃତ୍ବ ।

ଭୋଗିନାହିଁ ଯିଏ ଜୀବନ ଯନ୍ତ୍ରଣା

ପରଜୀବୀ ହୋଇ ଶୋଷଇ ରକ୍ତ 

ମଜ୍ଜିବ ସେ ସିନା ବିଳାସ ବ୍ୟସନେ

ହରି କି ପାରିବ ସେ ମୁଢ ଦୁଃଖ ।

ବିଶାଳ ସାଗର ଗରଜଇ ଗର୍ବେ

ତରଙ୍ଗ ସୁଉଚ୍ଚ ଖେଳାଇ ବକ୍ଷେ

ଖେଦ ମନେ ଭରେ ସଙ୍କୁଚି ପ୍ରବହେ

ମଥା ଲୋଟେ ତୀରେ ସେ ବେଳାବୁକେ ।

ପାଏନାହିଁ ଖୋଜି ଭାଷା ଓ ଶବଦ

ଭାବ ନିରକ୍ଷର ରହେ ଅବ୍ୟକ୍ତ

ଗୋଲକର ଧନ୍ଦା ଲାଗଇ ବିଚିତ୍ର 

ଲକ୍ଷ୍ଯ ପଥ ହୀନ ଜୀବନ ବ୍ଯର୍ଥ ।

ଉପରେ ହସୁଛି ଭିତରେ କାନ୍ଦୁଛି

ଉତ୍ତାଳ ସାଗର ମନ ବିବେକ

ସ୍ବଚ୍ଛନ୍ଦେ ଆକାଶେ ଚାହେଁ ଉଡିବାକୁ

ବିହଙ୍ଗମ ପରି ଲୋଡଇ ପକ୍ଷ ।।

   


Rate this content
Log in

Similar oriya poem from Tragedy