Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Inspirational Others Children

4  

Bharatabandhu Biswal

Inspirational Others Children

ଜଳକଷ୍ଟ

ଜଳକଷ୍ଟ

1 min
6



ପାହାଡ ପର୍ବତ ଉପାନ୍ତ ଅଞ୍ଚଳେ

ତୋଳି ଝାଟି ମାଟି ଘର

ବାସ କରିଥାନ୍ତି ଜନଜାତି ଲୋକେ

ସ୍ବଭାବେ ଅତି ସରଳ ।

ଝରଣାର ଜଳ ଖରାଦିନେ ଯେବେ

ହୋଇଯାଏ କ୍ଷୀଣ ଶୁଷ୍କ 

ସଂଗ୍ରହ ନିମନ୍ତେ ପାନୀୟ ଜଳକୁ

ପାଇଥାନ୍ତି ବଡ କଷ୍ଟ ।

ଖାଲି ପାଦେ ଚାଲି କଳସୀ ମୁଣ୍ଡାଇ 

ଆସିବା ଯିବାକୁ ହୁଏ 

ଦେଖିଲେ ଦୁର୍ଦ୍ଦଶା କୋମଳମତିଙ୍କ

ଲୁୁହ ଛଳଛଳ ବହେ ।

ଆସିଥିଲା ଯେବେ ଫନି ମହାବାତ୍ୟା

ସହର ଭୂବନେଶ୍ୱର 

ଗଛବୃକ୍ଷ ଆଉ ଭାଙ୍ଗି ଘରଦ୍ବାର 

ସବୁ ହେଲା ଛାରଖାର ।

ବନ୍ଦ ହେଲା ଜଳ ବିଦ୍ୟୁତ ଯୋଗାଣ 

ଜୀବନଯାତ୍ରା ଅଚଳ

ସିଝିଲେ ଗରମେ ପାଇ ଜଳକଷ୍ଟ 

ହୋଇଲେ ଲୋକେ ବିକଳ ।

ଜଳଟୋପେ ପାଇଁ ବନ୍ଯ ଜୀବଜନ୍ତୁ

ହୋଇଥାନ୍ତି ହନ୍ତସନ୍ତ 

ଡହଳ ବିକଳେ ଚାଲିଯାଏ ପ୍ରାଣ

ଗୁରୁତର ଜଳକଷ୍ଟ ।

ଜଳ ହିଁ ଜୀବନ ଜଳ ମୂଲ୍ଯବାନ 

କରନାହିଁ ଅପଚୟ

ଯତ୍ନବାନ ହୋଇ କଲେ ଉପଯୋଗ 

ହୋଇବ ଜଳ ସଞ୍ଚୟ ।।

  


Rate this content
Log in

Similar oriya poem from Inspirational