STORYMIRROR

Bharatabandhu Biswal

Tragedy Inspirational Others

4  

Bharatabandhu Biswal

Tragedy Inspirational Others

ତ୍ରାହି ଜଗନ୍ନାଥ

ତ୍ରାହି ଜଗନ୍ନାଥ

1 min
8


ରାତି ନ ପାହୁଣୁ ଆସିଥିଲି ଧାଇଁ

ସକାଳ ଆଳତୀ ଦେଖିବି ବୋଲି

ହୋଇବ ଠାକୁର ଏମିତି ନିଷ୍ଠୁର 

ଭାବି ତ ନଥିଲି ଯିବ ବଦଳି ।

ବୁଝି ହୁଏ ନାହିଁ କିଏ ସେ କାହିଁକି

କେଉଁ ଧର୍ମଶାସ୍ତ୍ର ପୁରାଣ ପଢି

ଭକ୍ତ ଭଗବାନ ମଧ୍ଯରେ ପ୍ରାଚୀର 

ଗୁପ୍ତେ ଅନ୍ତରାଳେ ପକାଏ ଗଢି

ଲାଗେ ଲମ୍ବା ଧାଡି ଭକ୍ତ ଛାଡେ ରଡି

ତ୍ରାହି ଜଗନ୍ନାଥ ପକାଏ ହୁରି ।

ଚକା ନୟନରେ ପଡେନି ପଲକ

ଦୃଢ ସୁବିଶ୍ବାସ ରଖିଛି ଭକ୍ତ 

ଟେକି ଦୁଇ ବାହୁ ଆସ ଆସ ବୋଲି

ଡାକେ ମହାପ୍ରଭୁ ଜଗତନାଥ

କାହିଁକି ଦର୍ଶନ ଅଭିଳାଷୀ ପଥ

କରୁଅଛି ରୋଧ ଲୌହ ଅର୍ଗଳି ।

ଅର୍ଗଳି ଦୁଆରେ ପକାଇ ଶିକୁଳି

ଦିଆଯାଉଅଛି ପ୍ରହରା କଡା

ନିରୂପାୟ ଭକ୍ତ ହୁଏ ଛଟପଟ

ଟେକି ଦୁଇ ହାତ ହୁଅଇ ଛିଡା

ଶାସ୍ତ୍ରବିଧି ଲଙ୍ଘି ଉଚ୍ଛନ୍ନ ସଂସ୍କୃତି

ସଙ୍କଟରେ ଧର୍ମ ଛାଡେ ବୋବାଳି ।

ଶୃଙ୍ଖଳା ନାମରେ ବଡ ବିଶୃଙ୍ଖଳା

ଚାଲୁଅଛି ମିଛ ଛନ୍ଦ କପଟ

ସାହାଣ ଭିତର ପଡିଯାଏ ତାଟ

ବାଘ ଘରେ ଚାଲେ ମିରିଗ ନାଟ

କାନ୍ଦେ ଭକ୍ତ ହୃଦେ ବସି ଭଗବାନ 

ଆଖି ଲୁହ ତାର ପଡଇ ଝରି ।

ଶ୍ରୀ ପୁରୁଷୋତ୍ତମ ଅଟେ ମୁକ୍ତି ଧାମ

ଦାରୁଦିଅ ତାର ପରମ ବ୍ରହ୍ମ

ଚତୁର୍ଦ୍ଧା ମୂରତି ଦରଶନ ଲାଗି

ଖୋଲୁ ଚାରି ଦ୍ବାର ନୋହୁ ବିଳମ୍ବ

କୃପାକର ପ୍ରଭୁ ନିସ୍ତରୁ ଭକତ 

ବଡଦାଣ୍ଡ ଧୂଳି ମୁଣ୍ଡରେ ବୋଳି ।

     



Rate this content
Log in

Similar oriya poem from Tragedy