STORYMIRROR

Suresh chandra Padhy

Inspirational

3  

Suresh chandra Padhy

Inspirational

ଖରା ଛାଇ

ଖରା ଛାଇ

1 min
143


ଏ ଜୀବନ ଖରା ଛାଇ

   କିଛି ମିଳେ ମିଳେ ନାହିଁ

ସୁଖ ଦୁଃଖ ଦୁଇ ଭାଇ

   ଆଗ ପଛ ଥାଏ ରହି ।


କିଛି ଆଶା ନିରାଶା

   କେବେ କରେ ଲୋକ ହସା

କିଏ ହୁଏ ଆପଣାର

    କିଏ କରେ ଛାର ଖାର ।


କେବେ ମିଳେ ଟାଣ ଖରା

    କେବେ ସୁନ୍ଦର ତାରା

କିଏ ଆସେ ଶ୍ରାବଣ ହୋଇ

    କିଏ ଆସେ ରଙ୍ଗ ନେଇ ।


ଜୀବନରେ କେବେ ମିଳେ ଖୁସି

    କେବେ ପୁଣି କରେ ଦୋଷୀ

ଖରା ଆସେ ଆଲୋକ ହୋଇ

    ଛାଇ ଆଣେ ବିଶ୍ରାମ ନେଇ ।


Rate this content
Log in

Similar oriya poem from Inspirational