ବୀର ଯବାନ
ବୀର ଯବାନ
ଦେଶ ପାଇଁ ତୁମେ ସମର୍ପିତ ହେଲ
ତୁମରି ପରିବାର ଛାଡି ଆସିଲ
ତୁମ ପାଇଁ ଆମେ ଶାନ୍ତି ପାଇଲୁ
ଶତ୍ରୁ ଠାରୁ ମୁକ୍ତି ଲଭିଲୁ
ଧନ୍ୟ ତୁମ ଜନନୀ ଜନ୍ମ ଦେଇ ଥିଲେ
ଭାରତ ମାତା ଙ୍କ ସେବାରେ ଲଗାଇଲେ
ତୁମ ପ୍ରାଣକୁ ତୁମେ ବଳି ଦେଇ ଗଲ
ତୁମରି ରକ୍ତ ରେ ମାଟି କୁ ଭିଜାଇ ଦେଲ
ତୁମେ ସହିଦ ହୋଇ ଅମର ହୋଇଲ
ହାତେ ବନ୍ଧୁକ ଧରି ବୀରତ୍ଵ
ଦେଖାଇଲ
ହେ ବୀର ଯବାନ ଦେଶ ପାଇଁ ଆଗକୁ ଆସିଲ
ଦେଶ ସେବା କରି ସୁନାମ ଅର୍ଜନ କରିଲ