ଭଲକରି ଚରିତ୍ର ପରଖ
ଭଲକରି ଚରିତ୍ର ପରଖ
ସତ କିଏ କହୁ ଅଛି କହେ କିଏ ମନ ରଖି ମିଛ
ପଚାରି ନିଜକୁ ବୁଝ ଭଲକରି ଚରିତ୍ର ପରଖ
ମତଲବି ଦୁନିଆରେ ଥିଲେ କାମ ତୁମ ପାଶେ
ହସମୁଖେ କଅଁଳେଇ କହିବାରେ ଧୂର୍ତ୍ତେ ସିଦ୍ଧହସ୍ତ ।
ତୋଳିଦେବେ ଭାଷଣରେ ତୁମପାଇଁ ଆକାଶ କଇଁଆ
ଦିବାସ୍ବପ୍ନେ ଝଲସିବ ଜହ୍ନ ତାରା ହାତ ପାଆନ୍ତାରେ
ବାଣ୍ଟୁଥିବେ ଯୋଡହସ୍ତେ ଯେତେ ସବୁ ଖୁସି ଓ ଆନନ୍ଦ
ଭରି ଯେତେ କଳାପୁଞ୍ଜି ବିଷ କୁମ୍ଭ ଥନ୍ତଲ ପେଟରେ ।
ମୁଣ୍ଡଫଟା ଏବେ ଖରା ପ୍ରଚଣ୍ଡ ନିଦାଘ ତାପ
ଦୁର୍ଗମ ସଂସାର ପଥେ ପଡିପାର ବହୁବାର ଝୁଣ୍ଟି
ସମ୍ଭାଳି ନିଜକୁ ନିଜେ ଚାଲିବାକୁ ହେବ ନିରନ୍ତର
ମିଳିବ ଶୀତଳ ଛାୟା ପାରିବ ନିଜର ଅଣ୍ଟା ନିଜେ ହିଁ ସଳଖି ।
ନୁହେଁ ଚିରନ୍ତନ ଧନ ବାହୁବଳ କ୍ଷମତା ଯୌବନ ଆଜି ଯେ
ଇନ୍ଦ୍ର ଆସନେ ହେବ ବୃଦ୍ଧ କିଂକର୍ତ୍ତବ୍ଯ ଜରାଜୀର୍ଣ୍ଣ ଦୈନ୍ଯ
ବିଚରା ନିର୍ବୋଧ ନୁହେଁ ସାଧାରଣ ବଶମ୍ବଦ କର୍ଦ୍ଦମକୁ
ଢେଲା ଫିଙ୍ଗି ନିଜ ମୁହଁ ଅକାରଣ କରିବ ବିବର୍ଣ୍ଣ ।।
