Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational Others

3  

Arjuni charan Behera

Inspirational Others

ଶରଣ ରକ୍ଷଣ ବାନା

ଶରଣ ରକ୍ଷଣ ବାନା

1 min
200



ମୁସଲମାନ ଆଲ୍ଲାକହେ ହିନ୍ଦୁକହେ ହରି

ନୀଳାଚଳେ ହସୁଥାନ୍ତି ବୈକୁଣ୍ଠ ବିହାରୀ l


ଧର୍ମ ସଂସ୍ଥାପନ ଅର୍ଥେ ନାନା ରୂପେ ମୁହିଁ

ଅବତାର ଧରିଆସେ ଏ ମର୍ତ୍ତ୍ୟେ ଓହ୍ଲାଇ l


ଦୁଷ୍ଟସଂହାର କାରଣ ମୋ ନାମ ଗୋବିନ୍ଦ

ମୁହିଁ ଅଟେ ସୂର୍ଯ୍ୟ ଚନ୍ଦ୍ର ମୁହିଁ ଅଟେ ଇନ୍ଦ୍ର l


ସର୍ଵଘଟ ବାସୀ ସର୍ଵସ୍ଥାନେ ମୋର ବାସ

ସର୍ଵ ଦ୍ରଷ୍ଟା ସର୍ବ ସ୍ରଷ୍ଟା ମୁଁ ଯେ ଜଗଦୀଶ l


ଭ୍ରମରେ ନ ପଡ଼ ଜନେ ମୁଁ ଅଟେ ଈଶ୍ୱର

ପରମାତ୍ମା ପରଂବ୍ରହ୍ମ ମୁଁ ଯେ ପରାତ୍ପର l


ପରମ ପୁରୁଷ ମୁହିଁ ଯୀଶୁ, ଆଲ୍ଲା, ରାମ

ଜୋରାଷ୍ଟର ବୁଦ୍ଧ, ଜୀନ ମୁହିଁ ସର୍ବନାମ l


ମୁଁ ନିରାକାର,ସାକାର, ଅବ୍ୟକ୍ତ, ଅନନ୍ତ

ମୋତେ ପାଇବାର ପଥ ସହସ୍ର ଉନ୍ମୁକ୍ତ l


ଭ୍ରମେ ପଡ଼ି କିମ୍ପା ଭକ୍ତେ, ହୁଡୁଛ କରମ

ସତ୍ୟ ଶାନ୍ତି ଦୟା କ୍ଷମା ମାନବ ଧରମ l


ମୋ ନାମରେ ପଥ ହୁଡ଼ି ନକର କନ୍ଦଳ

ଦୁର୍ଲ୍ଲଭ ମାନବ ଦେହ, ନ କରି ନିଷ୍ଫଳ l


ସାଲବେଗ ଚଇତନ୍ୟ ସବୁ ଭକ୍ତ ମୋର

ଭକ୍ତିବଳେ ପ୍ରାପ୍ତି ମାତ୍ର ସମ୍ଭବ ମୋହର l


ଧର୍ମ କଲି କର୍ମ କରି ତୋତେ ସମର୍ପଣ

ନମଃ ନମଃ ଆଦିକନ୍ଦ ଜଗତ କାରଣ l


ନମଃ ନମଃ ସର୍ବନାମ ମୁକୁନ୍ଦ ମୁରାରି

ଶରଣରକ୍ଷଣ ବାନା ହେ ଭବନାଉରୀ l



Rate this content
Log in

Similar oriya poem from Inspirational